ଭୁବନେଶ୍ୱରରୁ 13 କରୋନା ପଜିଟିଭ ଚିହ୍ନଟ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଶୁକ୍ରବାର ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ 13 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଘରେ 7ଜଣ ସଙ୍ଗରୋଧରେ ରହିଥିଲେ ଏବଂ 6 ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ଯେଉଁ ମାନଙ୍କ ପାଖରେ COVID-19 ଚିହ୍ନଟ ହୋଇଛି । ଏହାକୁ ଶୁକ୍ରବାର ଭୁବନେଶ୍ୱର ମହାନଗର ନିଗମ ବିଏମସି ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି । ତେବେ ଏହି ନୂଆ କରୋନା ଆକ୍ରାନ୍ତଙ୍କୁ ମିଶାଇଲେ ଭୁବନେଶ୍ୱରରେ ମୋଟ ସଂଖ୍ୟା 81ରେ ପହଞ୍ଚି ଯାଇଛି ।


ସେୟାର କରନ୍ତୁ