ଆସନ୍ତାକାଲି ଓଡିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ, ବାତ୍ୟା କ୍ଷୟ କ୍ଷତିର ସମୀକ୍ଷା କରିବେ

ରାଜ୍ୟ
ସେୟାର କରନ୍ତୁ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି । ସେ ଓଡ଼ିଶା ଗସ୍ତରେ ଆସିକି ବାତ୍ୟା ଅମ୍ପନ ଯୋଗୁଁ ରାଜ୍ୟରେ କ୍ଷୟକ୍ଷତିର ସମୀକ୍ଷା କରିବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏ ନେଇ ଟ୍ୱିଟ ଜରିଆରେ ସୂଚନା ଦିଆଯାଇଛି । ମୋଦୀଜୀ ଓଡ଼ିଶାରେ ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଏବଂ ପଶ୍ଚିମବଙ୍ଗ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ସେ ଏଠାରେ ଅମ୍ପନ ପ୍ରଭାବିତ ଅଞ୍ଚଳକୁ ଆକାଶମାର୍ଗରୁ ଦେଖିବା ସହ କ୍ଷୟକ୍ଷତି ସମ୍ପର୍କରେ, ରିଲିଫ ଏବଂ ପୁନଃ ଥଇଥାନ ବାବଦରେ ଉଭୟ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ ।

ତେବେ ମୋଦୀଙ୍କ ଗସ୍ତ ପୂର୍ବରୁ ଆଜି କମିଶନର ଡ଼. ସୁଧାଂଶୁ ଷଡ଼ଙ୍ଗୀଙ୍କ ସହ ଗୁଇନ୍ଦା ନିର୍ଦ୍ଦେଶକ ସତ୍ୟଜିତ ମହାନ୍ତି ବିଜୁ ପଟ୍ଟନାୟକ ବିମାନବନ୍ଦର ଯାଇ ସ୍ଥିତି ତଦାରଖ କରିଥିଲେ ।


ସେୟାର କରନ୍ତୁ