ନବମ ଓ ଏକାଦଶ ଶ୍ରେଣୀର ପାଠପଢା ଆରମ୍ଭ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ଆଜିଠାରୁ ନବମ ଓ ଏକାଦଶ ଶ୍ରେଣୀ ପାଠପଢା ଆରମ୍ଭ ହୋଇଅଛି । ରାଜ୍ୟରେ କିଛି ଦିନ ହେଲା ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢା ଚାଲିଥିବା ବେଳେ ଦୀର୍ଘ 11 ମାସ ପରେ ଆଜିଠାରୁ ନବମ ଓ ଏକାଦଶ ଶ୍ରେଣୀ କ୍ଲାସରୁମ ପାଠପଢା ଆରମ୍ଭ ହୋଇଛି । ସରକାରୀ, ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକରେ ଗୋଟିଏ ଦିନରେ କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ ହୋଇଛି । ସକାଳୁ ନିର୍ଦ୍ଧାରିତ ସମୟରେ ଛାତ୍ରଛାତ୍ରୀ ସ୍କୁଲରେ ପହଞ୍ଚିବା ସହ ସାମାଜିକ ଦୂରତା ଅବଲମ୍ବନ କରି ପ୍ରବେଶ କରିଛନ୍ତି ।

ତେବେ ଆଜିଠାରୁ ନବମ ଓ ଏକାଦଶ ପିଲାଙ୍କ ସ୍କୁଲ୍ ଖୋଲାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଘୋଷଣା କରିଛନ୍ତି । ଏହି ପାଠ ପଢା ଆଜିଠୁ ଆରମ୍ଭ ହୋଇ ଏପ୍ରିଲ 30 ଯାଏଁ ଚାଲିବ । ଦୈନିକ 2 ଘଣ୍ଟା ପାଠ ପଢା ହେବ । ସୋମବାରରୁ ଶନିବାର ସକାଳ 8.30 ରୁ 10 .30 ଯାଏଁ କ୍ଲାସ ହେବ । ରବିବାର ନବମ ଓ ଏକାଦଶ ଶ୍ରେଣୀ ପାଇଁ ପାଠ ପଢା ହେବ ନାହିଁ । ପୂର୍ବରୁ ପରୀକ୍ଷା ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଆଖିରେ ରଖି ପ୍ରଥମେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ଖୋଲାଯାଇଥିଲା ସ୍କୁଲ ।


ସେୟାର କରନ୍ତୁ