ରାଜ୍ୟରେ 24 କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ରାଜ୍ୟରେ 24 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି ସୁସ୍ଥ ହୋଇଥିବା କରୋନା ପଜିଟିଭଙ୍କ ମଧ୍ୟରୁ 19 ଜଣ ଗଞ୍ଜାମର ହୋଇଥିବା ବେଳେ ଯାଜପୁରରୁ 3 ଓ ବାଲେଶ୍ୱରରୁ 2ଜଣ ରହିଛନ୍ତି । ଏହା ଫଳରେ ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ 220 ଜଣ କରୋନାରୁ ସୁସ୍ଥ ହୋଇସାରିଛନ୍ତି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ସୂଚନାଯୋଗ୍ୟ, ଏବେ ରାଜ୍ୟରେ ମୋଟ 828ଟି ପଜିଟିଭ କେସ ରହିଅଛି ଏବଂ ଏମାନଙ୍କ ମଧ୍ୟରୁ 220 ଜଣ ଠିକ ହୋଇଛନ୍ତି । ସେହିପରି 604ଟି ସକ୍ରିୟ କେସ ରହିଥିବା ବେଳେ ଏହି ରୋଗ କାରଣରୁ 4ଜଣ ପ୍ରାଣ ହରାଇଛନ୍ତି ।


ସେୟାର କରନ୍ତୁ