ସାରା ଅଲ୍ଲୀ ଖାନ ‘ମଦର୍ସ ଡେ଼’ରେ ସେୟାର କଲେ ନିଜର ଜନ୍ମ ସମୟର ଫଟୋ, କହିଲେ- ମୋର ମାଙ୍କ ମା….

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଓଡ଼ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ସୋସିଆଲ ମିଡ଼ିଆରେ ଖୁବ ଆକ୍ଟିଭ ରହିଥାନ୍ତି । ତାଙ୍କର ଫଟୋ ହେଉ ଅବା ଭିଡ଼ିଓ ଦେଖୁ ଦେଖୁ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଯାଇଥାଏ । ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଲକଡାଉନ ଭିତରେ ମଧ୍ୟ ଖୁବ ଚର୍ଚାରେ ରହୁଛନ୍ତି । ତେବେ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ‘ମଦର୍ସ ଡେ଼’ ମୌକାରେ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିଛନ୍ତି । ଏହି ଫଟୋ ସାରା ଅଲ୍ଲୀ ଖାନଙ୍କ ଜନ୍ମ ସମୟର ଅଟେ । ଏହି ଫଟୋରେ ସାରାଙ୍କ ନାନୀ ତାଙ୍କୁ କୋଳରେ ଧରିଛନ୍ତି, ସେଇଠି ଅମୃତା ସିଂହ ବେଡ଼ ଉପରେ ଶୋଇଛନ୍ତି ।

‘ମଦର୍ସ ଡେ଼’ ମୌକାରେ ସାରା ଅଲ୍ଲୀ ଖାନ ଏହି ଫଟୋକୁ ସେୟାର କରି ଲେଖିଛନ୍ତି, ‘ମୋର ମାଙ୍କ ମା, ମାଙ୍କୁ ଜନ୍ମ ଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ । ହାପି ‘ମଦର୍ସ ଡେ଼’ ।’ ସାରା ଅଲ୍ଲୀ ଖାନଙ୍କ ଏହି ପୋଷ୍ଟ ଖୁବ ଭାଇରଲ ହେଉଅଛି ଏବଂ ଲୋକେ ଏହା ଉପରେ ମଧ୍ୟ ନିଜର ପ୍ରତିକ୍ରିୟା ଦେଉଛନ୍ତି । ତେବେ ଏକ୍ଟ୍ରସ ମଧ୍ୟ ଏକ ପୁରୁଣା ଜିମ ଭିଡ଼ିଓ ଫ୍ୟାନ୍ସଙ୍କ ସହ ସାଝା କରିଥିଲେ । ଏହି ଭିଡ଼ିଓରେ ସାରା ପୁଲ ଅପ୍ସ କରୁଥିବାର ଦେଖାଦେଉଛନ୍ତି ।

ତେବେ ସାରା ଅଲ୍ଲୀ ଖାନ ସବୁବେଳେ ସୋସିଆଲ ମିଡ଼ିଆରେ ନିଜର ପୁରୁଣା ଫଟୋ ଏବଂ ଭିଡ଼ିଓକୁ ଫ୍ୟାନ୍ସ ମାନଙ୍କ ସହ ସାଝା କରିଥାନ୍ତି କିନ୍ତୁ ତାଙ୍କର ଛୋଟ ବେଳର ଫଟୋ ଫ୍ୟାନ୍ସ ମାନଙ୍କୁ ଖୁବ ପସନ୍ଦ ଆସିଥାଏ । ସାରା ଅଲ୍ଲୀ ଖାନଙ୍କ ଵର୍କଫ୍ରଣ୍ଟର କଥା କହିବାତ ସେ ଜଲ୍ଦି ‘କୁଲି ନମ୍ବର 1’ରେ ନଜର ଆସିବେ । ଏହି ଫିଲ୍ମରେ ସାରାଙ୍କ ସହିତ ଆକ୍ଟର ବରୁଣ ଧାୱନ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହା ବ୍ୟତୀତ ଏକ୍ଟ୍ରସ ‘ଅତରଙ୍ଗି ରେ ମଧ୍ୟ ଦେଖାଦେବେ ।


ସେୟାର କରନ୍ତୁ