ସାରା ଅଲ୍ଲୀ ଖାନଙ୍କ ଲକଡାଉନରେ ଜିମ ଭିଡ଼ିଓ ହେଲା ଭାଇରଲ, 29 ଲକ୍ଷରୁ ବେଶୀ ଥର ଦେଖାଗଲାଣି Video

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଓଡ଼ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ସୋସିଆଲ ମିଡ଼ିଆରେ ଖୁବ ଆକ୍ଟିଭ ରହିଥାନ୍ତି । ତାଙ୍କର ଫଟୋ ହେଉ ଅବା ଭିଡ଼ିଓ ଦେଖୁ ଦେଖୁ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଯାଇଥାଏ । ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଲକଡାଉନ ଭିତରେ ମଧ୍ୟ ଖୁବ ଚର୍ଚାରେ ରହୁଛନ୍ତି । ତେବେ ଅଭିନେତ୍ରୀ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି । ଏହି ଭିଡ଼ିଓରେ ସାରା ଅଲ୍ଲୀ ଖାନ ଜିମ କରୁଥିବାର ନଜରରେ ଆସୁଛନ୍ତି । ଏହି ଭିଡ଼ିଓରେ ସାରା ପୁଲ ଅପ୍ସ କରୁଥିବାର ଦେଖାଦେଉଛନ୍ତି । କହିଦେବାକି ଅଭିନେତ୍ରୀ ନିଜର ଫିଟନେସକୁ ନେଇ ଖୁବ ସଚେତନତା ରୁହନ୍ତି ଏବଂ ସେ ସବୁବେଳେ ନିଜର ଜିମ ଭିଡ଼ିଓ ଫ୍ୟାନ୍ସ ମାନଙ୍କ ସହ ସାଝା କରିଥାନ୍ତି ।

ସାରା ଅଲ୍ଲୀ ଖାନ ନିଜର ଜିମ ଭିଡିଓକୁ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ହାଲୁକା ବୋଝ ପାଇଁ ପ୍ରାଥନା କରନ୍ତୁ ନାହିଁ, ମଜଭୁତ ସାଥିରେ କାମ କରି ଵାପସୀ କରନ୍ତୁ । ନିଜର ଚେଇଁଥିବା ନିଦକୁ ଜଗାନ୍ତୁ ।’ ସାରା ଅଲ୍ଲୀ ଖାନଙ୍କ ଏହି ଭିଡ଼ିଓ ଖୁବ ଭାଇରଲ ହେଉଅଛି ଏବଂ ଏହାକୁ ଏପର୍ଯ୍ୟନ୍ତ 29 ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । କହିଦେବାକି ସାରା ଅଲ୍ଲୀ ଖାନଙ୍କ ଏହି ଭିଡ଼ିଓ ପୁରୁଣା ଅଟେ ଓ ଯାହାକୁ ଏକ୍ଟ୍ରସ ଏବେ ସେୟାର କରିଛନ୍ତି ।

ତେବେ ସାରା ଅଲ୍ଲୀ ଖାନ ସବୁବେଳେ ସୋସିଆଲ ମିଡ଼ିଆରେ ନିଜର ପୁରୁଣା ଫଟୋ ଏବଂ ଭିଡ଼ିଓକୁ ଫ୍ୟାନ୍ସ ମାନଙ୍କ ସହ ସାଝା କରିଥାନ୍ତି କିନ୍ତୁ ତାଙ୍କର ଛୋଟ ବେଳର ଫଟୋ ଫ୍ୟାନ୍ସ ମାନଙ୍କୁ ଖୁବ ପସନ୍ଦ ଆସିଥାଏ । ସାରା ଅଲ୍ଲୀ ଖାନଙ୍କ ଵର୍କଫ୍ରଣ୍ଟର କଥା କହିବାତ ସେ ଜଲ୍ଦି ‘କୁଲି ନମ୍ବର 1’ରେ ନଜର ଆସିବେ । ଏହି ଫିଲ୍ମରେ ସାରାଙ୍କ ସହିତ ଆକ୍ଟର ବରୁଣ ଧାୱନ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହା ବ୍ୟତୀତ ଏକ୍ଟ୍ରସ ‘ଅତରଙ୍ଗି ରେ ମଧ୍ୟ ଦେଖାଦେବେ ।


ସେୟାର କରନ୍ତୁ