Bhojpuri Video Song : ମୋନାଲିସା ଏବଂ ପବନ ସିଂହଙ୍କ ରୋମାଣ୍ଟିକ ଗୀତ ମଚାଉଛି ଧମାଲ

ସିନେମା
ସେୟାର କରନ୍ତୁ

ଭୋଜପୁରୀ : ପବନ ସିଂହ ଏବଂ ମୋନାଲିସା ଭୋଜପୁରୀ ଫିଲ୍ମ ଇଣ୍ଡ୍ରଷ୍ଟ୍ରିର ବଡ଼ ଷ୍ଟାର ଅଟନ୍ତି । ଏହି ସମୟରେ ଦୁହିଁଙ୍କର ଏକ ଗୀତ ‘ଗୋଦିୟା ମେଁ ହମରା କେ ଉଠାଲୀ’ ୟୁଟ୍ୟୁବରେ ଖୁବ ଲୋକପ୍ରିୟ ହେଉଅଛି । ଗୀତରେ ମୋନାଲିସା ଏବଂ ପବନ ସିଂହଙ୍କ ଭିତରେ ବହୁତ ରୋମାଣ୍ଟିକ କେମେଷ୍ଟ୍ରି ଦେଖିବାକୁ ମିଳୁଅଛି । ମୋନାଲିସା ଗୀତରେ ବହୁତ ହଟ ଅବତାରରେ ଜବରଦସ୍ତ ଡ଼୍ୟାନ୍ସ କରୁଥିବାର ନଜରରେ ଆସୁଛନ୍ତି । ଏହି ଗୀତକୁ ୟୁଟ୍ୟୁବରେ 15 ଲକ୍ଷରୁ ଅଧିକ ବ୍ୟୁଜ ମିଳିସାରିଲାଣି । କମେଣ୍ଟ କରି ଫ୍ୟାନ୍ସ ଏଦୁହିଁଙ୍କ ରୋମାଣ୍ଟିକ ଯୋଡ଼ିକୁ ଜମକର ତାରିଫ କରୁଅଛନ୍ତି ।

‘ଗୋଦିୟା ମେଁ ହମରା କେ ଉଠାଲୀ’ ଗୀତକୁ ପବନ ସିଂହ ଏବଂ କଳ୍ପନା ଗାଇଛନ୍ତି । ଗୀତର ବୋଲ ଵିନୟ ବିହାରୀ ଲେଖିଛନ୍ତି ଏବଂ ସଂଗୀତ ରାଜେଶ ଗୁପ୍ତା ଦେଇଛନ୍ତି । ଏହି ଗୀତ ଭୋଜପୁରୀ ଫିଲ୍ମ ‘ସଇୟା ଜୀ ଦିଲୱା ମାଙ୍ଗେଲା’ର ଅଟେ । ଫିଲ୍ମରେ ପବନ ସିଂହ,ମୋନାଲିସା, ଆନନ୍ଦ ମୋହନ ପାଣ୍ଡେ, ସୀମା ସିଂହ ମୁଖ୍ୟ ଭୂମିକାରେ ଅଛନ୍ତି । ପବନ ସିଂହ ଏବଂ ମୋନାଲିସା କେତେକ ଭୋଜପୁରୀ ଫିଲ୍ମରେ ସାଥିହୋଇ କାମ କରିଅଛନ୍ତି । ଏଦୁହିଁଙ୍କର ଯୋଡ଼ିକୁ ସ୍କ୍ରିନ ଉପରେ ଦେଖିବା ପାଇଁ ଫ୍ୟାନ୍ସ ମାନେ ପସନ୍ଦ କରନ୍ତି ।

କହିବାକି ମୋନାଲିସା ଭୋଜପୁରୀ ଫିଲ୍ମ ଇଣ୍ଡ୍ରଷ୍ଟ୍ରିରେ ନିଜ ଡ଼୍ୟାନ୍ସ ଏବଂ ଆକ୍ଟିଙ୍ଗ ପାଇଁ ଜଣାଯାନ୍ତି । ମୋନାଲିସା ଏପର୍ଯ୍ୟନ୍ତ 125ରୁ ଅଧିକ ଭୋଜପୁରୀ ଫିଲ୍ମରେ କାମ କରିସାରିଲେଣି । ମୋନାଲିସା ଭୋଜପୁରୀ ବ୍ୟତୀତ ହିନ୍ଦୀ, ବଙ୍ଗାଳି,ଓଡ଼ିଆ ତାମିଲ, କର୍ଣଡ଼ ଏବଂ ତେଲଗୁ ଭାଷା ଫିଲ୍ମରେ କାମ କରିଛନ୍ତି । ଏହି ଅଭିନେତ୍ରୀ ସୋସିଆଲ ମିଡ଼ିଆରେ ସବୁବେଳେ ନିଜର ଲେଟେଷ୍ଟ ଫଟୋ ଏବଂ ଭିଡ଼ିଓ ପୋଷ୍ଟ କରି ଚର୍ଚାରେ ରହିଥାନ୍ତି । ଏହି ସମୟରେ ତାଙ୍କର ବନାଇଥିବା ମଜାଦାର ଟିକଟକ ଭିଡ଼ିଓ ଫ୍ୟାନ୍ସ ମାନଙ୍କୁ ବହୁତ ପସନ୍ଦ ଆସୁଛନ୍ତି । ମୋନାଲିସଙ୍କ ଇନଷ୍ଟାଗ୍ରାମ ଉପରେ 3 ମିଲିୟନରୁ ଅଧିକ ଫଲୋୟର ଅଛନ୍ତି । ତାଙ୍କର ଫ୍ୟାନ୍ସମାନେ ତାଙ୍କର ଲେଟେଷ୍ଟ ଫଟୋ ଏବଂ ଭିଡ଼ିଓ ଆସିବାକୁ ବଡ଼ ବେସରବିରେ ଅପେକ୍ଷା କରିଥାନ୍ତି ।

ଏଠାରେ ଦେଖନ୍ତୁ ଭିଡ଼ିଓ….


ସେୟାର କରନ୍ତୁ