ମେ 3 ପର୍ଯ୍ୟନ୍ତ ଦେଶରେ ରହିବ ଲକଡାଉନ, ପ୍ରଧାନମନ୍ତ୍ରୀ ମୋଦି

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ : ଦୁନିଆ ସାରା ଏବେ ଏକ ଦେଖା ଯାଉନଥିବା ଭାଇରସ ପାଇଁ ହାହାକାରରେ ବଞ୍ଚୁଅଛି । ଏଠି ମାନବ ତାର ବଂଶକୁ ବଞ୍ଚାଇବା ପାଇଁ ଏହି ଭାଇରସ ସହ ଲଢ଼େଇ ଜାରି ରଖିଛି । ଭାରତରେ ମଧ୍ୟ ଏହି ଭାଇରସ ତାର ଗୋଡ଼କୁ ପ୍ରସାରିତ କରିବାରେ ଲାଗିଅଛି । ଏହା କବଳରୁ ମୁକୁଳିବା ପାଇଁ ଭାରତରେ 21 ଦିନର ଲକଡାଉନ ହୋଇଅଛି । ତାହା ଆଜି ସମ୍ପର୍ଣ ହେବାକୁ ଯାଉଅଛି । ଏହି ଭାଇରସ ପାଇଁ ବର୍ତମାନର ପରିସ୍ଥିତିକୁ ଆଖି ଆଗରେ ରଖି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକ ଘୋଷଣା କରିଅଛନ୍ତି । ଏହି ଲକଡାଉନ ବ୍ୟବସ୍ଥାକୁ ମେ 3 ପର୍ଯ୍ୟନ୍ତ ବଢାଯାଇଅଛି । କିନ୍ତୁ ଏହାକୁ ଏପ୍ରିଲ 20 ପର୍ଯ୍ୟନ୍ତ ଅର୍ଥାତ ଆଉ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଶକ୍ତ ଭାବରେ ଲାଗୁ କରାଯିବ ।

ଏଥିରେ କରୋନା ପାଇଁ ଭାରତରେ ଲାଗୁ ହୋଇଥିବା ଲକଡାଉନକୁ ଦେଶବାସୀ ସମର୍ଥନ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶବାସୀ ଲକ୍ ଡାଉନ୍ ପାଇଁ ଅନେକ କଷ୍ଟ ସହିଛନ୍ତି । କିନ୍ତୁ ସାରା ବିଶ୍ୱରେ ଆତଙ୍କ ଖେଳାଇପାରିଥିବା କରୋନା ସ୍ଥିତି ଆମ ଦେଶରେ ନିୟନ୍ତ୍ରଣ ରେ ରହିଛି । ଲକଡାଉନ ପାଇଁ ଦେଶର ଆର୍ଥିକ ସ୍ଥିତି ଖରାପ ହେଉଛି କିନ୍ତୁ ଏହି ଲକଡାଉନ ଜରୁରୀ ଥିଲା । ବଡ଼ ବଡ଼ ଦେଶ ଅପେକ୍ଷା ଭାରତ ଭଲ ସ୍ଥିତିରେ ଅଛି । ଯେଉଁ ଅଞ୍ଚଳରେ ନୂଆ ମାମଲା ସାମନାକୁ ଆସିବ ନାହିଁ ସେଠାରେ ଲକଡାଉନ କହୋଳ କରାଯିବ । କିନ୍ତୁ ଯେଉଁଠାରେ କରୋନା ନୂଆ ମାମଲା ସାମନାକୁ ଆସିବ ସେଠାରେ ମେ 3 ଯାଏ ଲକଡାଉନ ବଳବତ୍ତର ରହିବ । ଏନେଇ ଏପ୍ରିଲ 20 ପରେ ସ୍ପଷ୍ଟ କରାଯିବ ।

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 100 ହେବା ବେଳେ ହିଁ ଆମେ ସମସ୍ତ ବିମାନ ବନ୍ଦରରେ ସ୍କ୍ରିନିଂ ଆରମ୍ଭ କରିଥିଲେ । ଭାରତରେ ଯେତେବେଳେ 500 କରୋନା ଆକ୍ରାନ୍ତ ହୋଇଥିଲେ ସେତେବେଳେ ଆମେ 21 ଦିନିଆ ଲକ୍ ଡାଉନ୍ କରିଥିଲେ । ତେବେ ଅନ୍ୟ ଦେଶ ତୁଳନାରେ ଆମ ଦେଶ ଭଲ ସ୍ଥିତିରେ ରହିଅଛି । ଭାରତରେ ଆଗାମୀ କିଛି ଦିନ ପାଇଁ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ମହଜୁଦ ଅଛି ତେଣୁ ଚିନ୍ତା କରିବାର କୌଣସି ଅବକାଶ ନାହିଁ ।


ସେୟାର କରନ୍ତୁ