ରାଜ୍ୟରେ COVID-19 ପଜିଟିଭ ସଂଖ୍ୟା 55କୁ ବୃଦ୍ଧି

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ଓଡ଼ିଶାରେ କରୋନା ପଜିଟିଭଙ୍କ ସଂଖ୍ୟା 55ରେ ପହଞ୍ଚିଲା । ଆଜି ଭୁବନେଶ୍ବରର ବମିଖାଲ ଅବରୋଧ ଅଂଚଳରୁ ଜଣେ 35 ବର୍ଷୀୟ ଯୁବକଙ୍କ ନମୁନା ପରୀକ୍ଷା ପରେ ସେ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏବେ ତାଙ୍କ ନମୁନା ପଜିଟିଭ ଆସିବା ପରେ ତାଙ୍କୁ କିମ୍‌ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଯୁବକ ପୂର୍ବରୁ ବମିଖାଲରେ ପଜିଟିଭ ଚିହ୍ନଟ ହୋଇଥିବା 4 ଜଣଙ୍କ ସଂସ୍ପର୍ଶରେ ଆସିଥିଲେ ।

ଏହି ଯୁବକଙ୍କୁ ମିଶାଇ ଓଡ଼ିଶାରେ ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା 41 ହୋଇଥିବାବେଳେ ପରୀକ୍ଷା କରାଯାଇଥିବା 4170 ନମୁନା ରିପୋର୍ଟରୁ 55 ଜଣ ପଜିଟିଭ ଥିବାର ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଚିହ୍ନଟ ମୋଟ 55 ଜଣ COVID-19 ପଜିଟିଭଙ୍କ ମଧ୍ୟରୁ 13 ଜଣ ସୁସ୍ଥ ହୋଇ ଫେରିଛନ୍ତି ଏବଂ ଝାରପଡ଼ା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇ ସାରିଛି ।


ସେୟାର କରନ୍ତୁ