ଭୁବନେଶ୍ୱରରେ ଆଉ ଦୁଇ COVID-19 ପଜିଟିଭ ଚିହ୍ନଟ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ସାରା ଦୁନିଆରେ ଏବେ କରୋନାର ପ୍ରକୋପ ବଢ଼ିବାରେ ଚାଲିଛି । ଭାରତରେ ମଧ୍ୟ ଏହା କାୟା ବିସ୍ତାର କରିବାରେ ଚାଲିଅଛି । ଏହା ଭିତରେ ମଧ୍ୟ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 23ରେ ପହଞ୍ଚିଛି । ରବିବାର ଦିନ ଆଉ ଦୁଇ ଜଣ କରୋନା ପଜିଟିଭ୍ ଭୁବନେଶ୍ୱରରେ ଚିହ୍ନଟ ହୋଇଛନ୍ତି । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ 70 ବର୍ଷ ବୟସ୍କ ବୃଦ୍ଧ ହୋଇଥିବାବେଳେ ସେ କପିଳ ପ୍ରସାଦ ହାଉସିଂ ବୋର୍ଡ କଲୋନୀ ଫେଜ-2 ଅଞ୍ଚଳରେ ରହୁଛନ୍ତି । ସେ ଅଷ୍ଟ୍ରେଲିଆରୁ ଫେରିବା ପରେ ମାର୍ଚ୍ଚ 22ରୁ ଘରେ ଏକାନ୍ତବାସରେ ରହୁଥିଲେ । ତାଙ୍କ ନମୁନା ଆଜି ପଜିଟିଭ ବାହାରିଛି ।

ସେହିପରି ଅନ୍ୟଜଣକ ବମିଖାଲ ଅଞ୍ଚଳର ଜଣେ 29 ବର୍ଷର ଯୁବକ ବୋଲି ଜଣାପଡିଛି, ତାଙ୍କର ଟ୍ରାଭେଲ୍‌ ହିଷ୍ଟ୍ରୀ ଜଣାପଡ଼ିନାହିଁ । ତେବେ ପୂର୍ବରୁ ଏହି ଅଞ୍ଚଳରୁ 3 ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ, ସେମାନେ ଏବେ ଆଇସୋଲେସନ୍‌ରେ ରହିଛନ୍ତି ଓ ଏହାକୁ ମିଶାଇଲେ ଏହା ହେଉଛି ଏହି ଅଞ୍ଚଳର 4ର୍ଥ ମାମଲା । ସେମାନଙ୍କ ସଂସ୍ପର୍ଶରେ ସେ ଆସିଥିବା ଅନୁମାନ କରାଯାଉଛି । ଏମାନଙ୍କୁ ମିଶାଇ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା 16ରେ ପହଞ୍ଚିଛି । ଆଜି ସୁଦ୍ଧା ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 23ରେ ପହଞ୍ଚିଛି ।
ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଟ୍ୱିଟ କରି ସୂଚନା ଦିଆଯାଇଛି ।


ସେୟାର କରନ୍ତୁ