ଖାଆନ୍ତୁ ଚିନି ଓ ମିଶ୍ରି, ଭଲ ହେଇଯିବ ଏହି ସବୁ ରୋଗ

Truthink
ସେୟାର କରନ୍ତୁ

ଚିନି ମଧୁର ସୁତରାଂ ମଧୁର ରସର ଯାହାର ଯାହା ଗୁଣ ଅଛି, ଚିନିରେ ସେହି ସବୁ ଗୁଣ ଅଛି । ଚରକ ସଂହିତାରେ ମଧୁର ରସର ନିମ୍ନଲିଖୁତ ଗୁଣ ଲେଖାଅଛି

ସ୍ବପ୍ନଦୋଷ, ବୀର୍ଯ୍ୟ କ୍ଷୟ: ମିଶ୍ରି ସାତ ତୋଳା (୧ ତୋଳା = ୧୧.୫ ଗ୍ରାମ) ଏବଂ ଟାଙ୍ଗଣାଖଇ ଅଧତୋଳା ଏକତ୍ର ମିଶାଇ ପ୍ରତିଦିନ ଏକ ତୋଳା ଲେଖାଏଁ ଧାରୋଷ୍ଣ ଦୁଧ (ଗାଇଦୁହାଁ ହେବା ବେଳେ ଦୁଧ ଉଷୁମ ଥାଏ । ତାହାକୁ ଧାରୋଷ୍ଣ ଦୁଧ କହନ୍ତି)  ଅଥବା ସଜପାଣିରେ ସାତଦିନ ଖାଇଲେ ରୋଗମୁକ୍ତ ହେବ । ମାଛ, ମାଂସ, ଖଟା, ଆଚାର, ଶାଗ, ରାଗ ଖାଇବ ନାହିଁ । 
ବ୍ରଣ ଓ କଟା ଘା: କଟା ଘା’ରେ ଚିନି ଚୂର୍ଣକରି ପକାଇଲେ ଘା ପାଚେ ନାହିଁ, ଶୀଘ୍ର ଶୁଖିଯାଏ । ବ୍ରଣ ଉପରେ ଚିନି ଓ ଘିଅ ଏକତ୍ର ମିଶାଇ ଲେପଦେଲେ ଶୀଘ୍ର ପାଚି ଫାଟିଯାଏ ।


ସେୟାର କରନ୍ତୁ