ଫିଲ୍ମ ଫ୍ରାଇଡେରେ ଆଜି ପରଦାକୁ ଆସୁଛି “ବାଗୀ-3” । ଧାମାଲ ମଚେଇବ

ସିନେମା
ସେୟାର କରନ୍ତୁ

ଫିଲ୍ମି ଫ୍ରାଇଡେରେ ବକ୍ସ ଅଫିସ୍‌ରେ ଧୂମ୍‌ ମଚାଇବାକୁ ଆସୁଛି ‘ବାଗୀ ୩’। ଏହି ଫିଲ୍ମରେ ପୁଣିଥରେ ଟାଇଗର୍‌ ଶ୍ରଫ୍‌ ଓ ଶ୍ରଦ୍ଧା କପୁରଙ୍କ ସିଜଲିଂ କେମେଷ୍ଟ୍ରି ଦେଖିବାକୁ ପାଇବେ ଦର୍ଶକ। ଟାଇଗରଙ୍କ ଦମ୍‌ଦାର୍‌ ଷ୍ଟଣ୍ଟ, ଫାଇଟ୍ ଓ ଶ୍ରଦ୍ଧାଙ୍କ ହଟ୍‌ ଅନ୍ଦାଜ ସହ ଦୁହିଁଙ୍କ କେମେଷ୍ଟ୍ରି ଦେଖିବାକୁ ଦର୍ଶକ ବେଶ୍ ଉତ୍ସାହିତ ଅଛନ୍ତି। ପୂର୍ବରୁ ଫିଲ୍ମର ଟ୍ରେଲର୍‌କୁ ଦର୍ଶକଙ୍କ ଜବରଦସ୍ତ ରେସ୍‌ପନ୍ସ ମିଳିସାରିଛି। ତେଣୁ ଫିଲ୍ମକୁ ମଧ୍ୟ ଭଲ ରେସପନ୍ସ ମିଳିବ ବୋଲି ନିର୍ମାତା ଆଶା ରଖିଛନ୍ତି।ନିକଟରେ ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ ଏହି ଫିଲ୍ମକୁ ନେଇ ଏକ ସାକ୍ଷାତକାରରେ କହିଥିଲେ। ସେ କହିଥିଲେ ଯେ ହିଟ୍‌ ଫ୍ରାଞ୍ଚାଇଜ୍‌ ‘ବାଗୀ’ ଟାଇଗର୍ ଶ୍ରଫ୍‌ଙ୍କ ବ୍ରାଣ୍ଡରେ ଜଣାଶୁଣା। ତେବେ ‘ଏହି ଫିଲ୍ମଟି ହେଉଛି ‘ବାଗୀ’ ସିରିଜ୍‌ର ତୃତୀୟ ଫିଲ୍ମ। ତେଣୁ ଏହା ‘ବାଗୀ’ ଓ ‘ବାଗୀ ୨’ ପରି ସୁପରହିଟ୍‌ ହେବ। ‘ବାଗୀ ୨’ ପ୍ରଥମ ଦିନରେ ପ୍ରାୟ ୨୫ କୋଟି ଟଙ୍କା ଅଧିକ କରିଥିଲା। ତେଣୁ ‘ବାଗୀ ୩’ ପ୍ରଥମ ଦିନରେ ୨୫ କୋଟିରୁ ଅଧିକ କରିବ ବୋଲି ସେ କହିଛନ୍ତି।‘ବାଗି’ ଓ ‘ବାଗି ୨’ର ସଫଳତା ପରେ ‘ବାଗି ୩’ରେ ତିନି ଗୁଣା ଅଧିକ ସସ୍‌ପେନ୍ସ, ଥ୍ରୀଲର ଓ ଆକ୍ସନ୍‌ ରହିବ। ଫିଲ୍ମର ହିରୋ ରୋନି ସବୁଠୁ ଖତରନାକ୍‌ ମିଶନ୍‌ରେ ବାହାରିଛନ୍ତି। କାରଣ ତାଙ୍କ ମୁକାବିଲା କୌଣସି ଛୋଟମୋଟ ଭିଲେନ୍‌ ସହ ନୁହେଁ ପୂରା ଦେଶ ଓ ଆତଙ୍କବାଦ ସହ ରହିଛି।ସୂଚନାଯୋଗ୍ୟ, ଏହି ଫିଲ୍ମଟି ୨୦୧୬ରେ ଆସିଥିବା ଫିଲ୍ମ ‘ବାଗୀ’ର ତୃତୀୟ ପାର୍ଟ।


ସେୟାର କରନ୍ତୁ