ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି ଏହି ଯୋଡି, ପଢନ୍ତୁ କେବେ କରିବେ ବିବାହ

ଭାଇରାଲ
ସେୟାର କରନ୍ତୁ

ରିଲେସନସିପ୍‌ ଉପରେ ମୋହର ଲଗାଇବେ ବଲିଉଡ୍‌ର ଦୁଇ ଲଭ୍‌ବାର୍ଡ । ଡେଟିଂ, ଖୁଲ୍ଲମଖୁଲ୍ଲା ପାର୍ଟି ଆଟେଣ୍ଡ ପରେ ଏବେ ରିଲେସିପର ଖୁଲାସା କରି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ରଣବୀର-ଆଲିଆ । ଦୁଇ ବର୍ଷର ସିରିୟସ ରିଲେସନସିପ୍‌ ପରେ ଆଲିଆ- ରଣବୀର ଆସନ୍ତା ଡିସେମ୍ବରରେ ବିବାହ କରିବାକୁ ମନସ୍ଥିର କରିଥିବା  ଖବର ଆସିଛି ।ଏକ ମ୍ୟାଗାଜିନ୍‌ର ଲେଖାରେ  ଆଲିଆ ଏବଂ ରଣବୀର  ବିବାହ ବନ୍ଧନରେ ଆବଧ ହେବାକୁ ନିଷ୍ପତ୍ତି ନେଇ ସାରିଥିବା ବେଳେ, ଉଭୟଙ୍କ ପୁରା ପରିବାରକୁ ଡିସେମ୍ବରରେ  ଏକ ତାରିଖ ଲାଗି ପ୍ରସ୍ତୁତ ରହିବାକୁ ବି ମେସେଜ ଯାଇସାରିଲାଣି ବୋଲି ପ୍ରକାଶ ପାଇଛି ।

ଆଗରୁ ଶୁଣାଯାଉଥିଲା ଆଲିଆ- ରଣବୀର ଆସନ୍ତା ଶୀତ ଋତୁରେ ବିବାହ କରିପାରନ୍ତି । ତେଣୁ ଡିସେମ୍ବର ଖବର ପକ୍କା ମନେହେଉଛି । ବାହାଘର ପାଇଁ ପ୍ରସ୍ତୁତି ଆରମ୍ବ ହୋଇଗଲାଣି । ସଂପର୍କୀୟଙ୍କୁ ଦିନ ଧାର୍ଯ୍ୟ ଲାଗି କୁହାସରିଲାଣି । ତେବେ ବାହାଘର କେଉଁଠି ହେବ ଆଉ ତାର କାର୍ଯ୍ୟକ୍ରମ କ’ଣ କ’ଣ ରହିବ ତାହା ଚୁଡାନ୍ତ ହୋଇନି ।ବାହାଘର ମୁମ୍ବାଇରେ ହେବ କି ବାହାରେ କେଉଁଠି ହେବ ତାହା ବି ସ୍ପଷ୍ଟ ହୋଇନି । ତେବେ ବାହାଘର ଖବର ଏବେ ଉଡୁଥିବା ବେଳେ ରଣବୀର-ଆଲିଆଙ୍କ ପ୍ରତିକ୍ରିୟା ଆସିନାହିଁ ।

ତେବେ ବିଗ୍ ବଜେଟ୍ ଫିଲ୍ମ ବ୍ରହ୍ମାସ୍ତ୍ର ର ରିଲିଜ ପରେ ବିବାହ ବନ୍ଧନରେ ଆବଧ ହେବେ ଆଲିଆ- ରଣବୀର । ଆୟନ ମୁଖାର୍ଜୀ ନିର୍ଦ୍ଦେଶିତ ତଥା କରଣ ଜୋହରଙ୍କ ପ୍ରଯୋଜିତ ସୁପରହିରୋ ସିନେମା ବ୍ରାହ୍ମାସ୍ତ୍ରରେ ଲିଡ୍‌ ରୋଲ୍‌ରେ ଅଛନ୍ତି ଏହି ଲଭ୍‌ବାର୍ଡ । ବ୍ରହ୍ମାସ୍ତ୍ର ସୁଟିଂ ସେଟ୍‌ରେ ହିଁ ସେମାନଙ୍କ ଘନିଷ୍ଠତା ଅଧିକ ହେଲା ବୋଲି କୁହାଯାଏ । କେବଳ ସିନେମା ସେଟ୍‌ କିମ୍ବା ପାର୍ଟି  ଫଙ୍କସନ ନୁହେଁ କପୁର ଖାନଦାନର ବିଭିନ୍ନ କାର୍ଯ୍ୟକ୍ରମରେ ବି ଆଲିଆଙ୍କୁ ରିଶି କପୁର – ନୀତୁ ସିଂ ଓ ରଣବୀରଙ୍କ ସହ ଦେଖିବାକୁମିଳୁଥିଲା ବାରମ୍ବାର । ସେହି ରିଲେସିନସିପ୍‌କୁ ଏବେ ମୋହର ମାରିବେ ମହେଶ ଭଟ୍ଟ ତନୟା ଆଲିଆ ଆଉ ରିଶିଙ୍କ ଏକ ମାତ୍ର ପୁଅ  ରଣବୀର ।ବ୍ରହ୍ମାସ୍ତ୍ର ଡିସେମ୍ବର ୪ ତାରିଖରେ ରିଲିଜ ହେବ । ତାପରେ ହିଁ ବିବାହ କରିପାରନ୍ତି ଆଲିଆ-ରଣବୀର ।


ସେୟାର କରନ୍ତୁ