ଡାଇବେଟିସ ନିୟନ୍ତ୍ରଣ କରେ ଅଣ୍ଡା । ପଢନ୍ତୁ ଏହି ରିପୋର୍ଟ

Truthink
ସେୟାର କରନ୍ତୁ

ଅଣ୍ଡାରେ ଅଧିକ ମାତ୍ରାରେ  ପ୍ରୋଟିନ ଏବଂ ଭିଟାମିନ ଭରି ରହିଛି । ଏଥିସହିତ ଏହା ଅନେକ ରୋଗ ଭଲକରିବାର କ୍ଷମତା ମଧ୍ୟ ଅଣ୍ଡାରେ ରହିଛି ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି । । ସେଥିପାଇଁତ ବଡିବିଲଡରଙ୍କୁ ସବୁବେଳେ ଅଣ୍ଡା ଖାଇବାକୁ ଦିଆଯାଏ । ମସଲ ବନାଉଥିବା ବ୍ୟକ୍ତି ସବୁବେଳେ ଖାଦ୍ୟରେ ଅଣ୍ଡାକୁ ସାମିଲ କରିଥାନ୍ତି । ମାତ୍ର ଏବେବି ଆମ ମନରେ ଗୋଟିଏ ପ୍ରଶ୍ନ ଆସେ, ସୁଗାର ରୋଗୀ ଅଣ୍ଡା ଖାଇବା ଉଚିତ? ଅଣ୍ଡା ଖାଇବା ଦ୍ୱାରା ଡାଇବେଟିସ ରୋଗୀଙ୍କ ରୋଗ ଅଧିକ ବଢିଥାଏ ନାଁ କମିଥାଏ? ତେବେ ଆସନ୍ତୁ ଜାଣିବା ଏନେଇ ଏକ ରିପୋର୍ଟ ।
ସିଧା କଥାରେ କହିବାକୁ ଗଲେ ସାଧାରଣତ ଡାଇବେଟିସ ରୋଗୀଙ୍କୁ ଅଣ୍ଡା ଠାରୁ ଯଥା ସମ୍ଭବ ଦୂରେଇ ରହିବାକୁ କୁହାଯାଇଥାଏ । ମାତ୍ର ୟୁନାଇଟେଡ ଷ୍ଟେଟେଡ ଟିପାର୍ଟମେଣ୍ଟ ଅଫ ଏଗ୍ରିକଲଚର ଏକ ଅନୁସନ୍ଧାନରୁ ଜଣା ପଡିଛି ୧୦୦ ଗ୍ରାମ ଅଣ୍ଡାରେ ୧୨.୫୬ ଗ୍ରାମ ପ୍ରୋଟିନ ରହିଥାଏ । ଆଉ ବିଶେଷଜ୍ଞଙ୍କ କହିବା କଥା ଅଣ୍ଡା ହେଉଛି ପ୍ରୋଟିନର ସବୁଠାରୁ ଶସ୍ତା ମାଧ୍ୟମ । ତେଣୁ ତାଙ୍କ କହିବା କଥା ଅଣ୍ଡା ଖାଇବା ମଧୁମେହ ରୋଗୀଙ୍କ ପାଇଁ ଭଲ । କ୍କ୍‌ର ଏବଂ ବିଶେଷଜ୍ଞଙ୍କ କହିବା କଥା ଅଣ୍ଡାରେ କ୍ୟାଲୋରୀ ଅଧିକ ମାତ୍ରାରେ ରହିଥାଏ । ଫିନଲେଣ୍ଡ ୟୁନିଭରସିଟିର ଏକ ରିପୋର୍ଟ ଅନୁସାରେ ଅଣ୍ଡା ଖାଇବା ଦ୍ୱାରା ଟାଇପ ୨ ଡାଇବେଟିସ ହେବାର ଆଶଙ୍କା କମ ହୋଇଥାଏ । ମାତ୍ର ଡାଇବେଟିସ ରୋଗୀ ସପ୍ତାହକୁ ୩ ଟି ଅଣ୍ଡା ଖାଇ ପାରିବେ ବୋଲି କୁହାଯାଇଛି ।
ଆହୁରି ମଧ୍ୟ ଅଣ୍ଡାକୁ ଗରମ ପାଣିରେ ସିଝାଇ ଖାଇଲେ ଶରୀର ପାଈଁ ଲାଭଦାୟକ ହୋଇଥାଏ ।


ସେୟାର କରନ୍ତୁ