ଶାହରୁଖଙ୍କ ଛଅ ବର୍ଷର ଅବରାମ ତାଇକ୍ଵଣ୍ଡୋରେ ସୁନା ଜିତିଲେ,କିଙ୍ଗ ଖାନ କହିଲେ,ଏବେ ମୋତେ ଅଧିକ ଟ୍ରେନିଂ କରିବାକୁ ପଡ଼ିବ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଶାହରୁଖ ଖାନ ଏବେ କୌଣସି ଫିଲ୍ମ କରୁନାହାନ୍ତି କିନ୍ତୁ ସେ ସୋସିଆଲ ମିଡିଆରେ ଲଗାତାର ଆକ୍ଟିଭ ରହୁଛନ୍ତି । ତେବେ ତାଙ୍କର ପୁଅ ଅବରାମ ଖାନ ତାଇକ୍ଵଣ୍ଡୋରେ ସୁନା ମେଡଲ ଜିତିଛନ୍ତି,ଯାହାର ଫଟୋ ଶାହରୁଖ ଖାନ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଶାହରୁଖ ଲେଖିଲେ,ତୁମେ ଶିଖିଲ,ତୁମେ ଲଢ଼ିଲ,ତୁମେ ସଫଳ ହେଲ । ଏବେ ଏହା ପୁଣି ଥରେ କର । ମୋତେ ଲାଗୁଛି ଏହି ମେଡଲକୁ ମିଶାଇ ମୋ ସନ୍ତାନଙ୍କ ପାଖରେ ମୋ ଠାରୁ ବେଶୀ ଆୱାର୍ଡ ହୋଇଯାଇଛି । ଏହା ବହୁତ ଭଲ କଥା ଅଟେ । ଏବେ ମୋର ପାଳି ଆସିଛି,ମୋତେ ଆହୁରି ବେଶୀ ଶିଖିବାର ଅଛି । ଗୌରଵାନ୍ଵିତ୍ୟ ଏବଂ ପ୍ରେରିତ ହୁଁ ।

ଅବରାମ ଏହି ମେଡଲ କିରନ ତାଇକ୍ଵଣ୍ଡୋ ଏକାଡ଼େମୀର ଏନୁଆଲ ଇନ୍ଟ୍ରା-କ୍ଲାସ କମ୍ପିଟିସନରେ ଜିତି ଥିଲେ । ଏହି ଏକାଡେମୀକୁ କିରନ ଓପାଧ୍ୟାୟ ଚଲାଉଛନ୍ତି । ପୂର୍ବ ମାସରେ ମଧ୍ୟ ଅବରାମ ସ୍କୁଲ ରେସ କମ୍ପିଟିସନରେ ଭାଗ ନେଇ ଥିଲେ । ଯେଉଁଥିରେ ସେ ସୀଲବର ଏବଂ ବ୍ରୋଞ୍ଜ ପଦକ ଜିତିଥିଲେ । ସେତେବେଳେ ମଧ୍ୟ ଶାହରୁଖ ଖାନ ଅବରାମଙ୍କ ଫଟୋ ସେୟାର କରି ଲେଖିଥିଲେ,’ମୋର ଛୋଟ ଗୋଲଡ ମେଡ଼ଲ ନିଜର ସୀଲବର ଏବଂ ବ୍ରୋଞ୍ଜ ପଦକ ସାଥିରେ ସେ ରେସରେ ଜିତିଲେ ।’


ସେୟାର କରନ୍ତୁ