ଆତ୍ମହତ୍ୟା କରିଦେଲେ ଏହି ଲୋକପ୍ରିୟ ଅଭିନେତ୍ରୀ,ଜାଣନ୍ତୁ କିଏ

ଭାଇରାଲ
ସେୟାର କରନ୍ତୁ

ମହାରାଷ୍ଟ୍ରର ଥାନେ ଜିଲ୍ଳାରେ ଥିବା ମୀରା ରୋଡ୍‌ସ୍ଥିତ ନିଜ ବାସଭବନରେ ଟେଲି ଅଭିନେତ୍ରୀ ସେଜଲ୍‌ ଶର୍ମା ଆତ୍ମହତ୍ୟା କରିଛନ୍ତି । ଶୁକ୍ରବାର ବଡ଼ି ଭୋରୁ ସେଜଲ୍‌ଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ତାଙ୍କର ଜଣେ ବନ୍ଧୁ ତାଙ୍କୁ ଏପରି ଅବସ୍ଥା‌ରେ ଦେଖିବା ପରେ ପୁଲିସ୍‌ରେ ଖବର ଦେଇଥିଲେ । ପୁଲିସ୍‌ ତାଙ୍କୁ ହସ୍ପିଟାଲ୍‌ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା ।

ସେ ଲେଖିଥିବା ଏକ ସୁଇସାଇଡ୍‌ ନୋଟ୍‌ ବି ପୁଲିସ୍‌ ଜବତ କରିଛି। ସେଥିରେ ଶର୍ମା ଲେଖିଛନ୍ତି କି ସେ ତାଙ୍କର ବ୍ୟକ୍ତିଗତ ସମସ୍ୟା ହେତୁ ଆତ୍ମହତ୍ୟା କରିଛନ୍ତି ।

ରାଜସ୍ଥାନର ଉଦୟପୁରର ଝିଅ ସେଜଲ୍‌ ଅଭିନୟରେ ନିଜ କ୍ୟାରିୟର୍‌ ଗଢ଼ିବା ପାଇଁ କିଛି ବର୍ଷ ପୂର୍ବେ ମୁମ୍ବାଇ ଆସିଥିଲେ । ସେ ଟିଭି ଧାରାବାହିକ ‘ଦିଲ୍‌ ତୋ ହାପି ‌‌ହୈ ଜୀ’ରେ ନଜର ଆସିଥିଲେ ।

ସେଜଲ୍‌ଙ୍କ ଶରୀର ବ୍ୟବଚ୍ଛେଦ କରାଯିବା ପରେ ତାଙ୍କର ଅନ୍ତିମ ସଂସ୍କାର ପାଇଁ ମୃତଦେହକୁ ‌ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏହି ଅଭିନେତ୍ରୀ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ସହ ପୂର୍ବରୁ ଆଡ୍‌ ଫିଲ୍ମରେ ନଜର ଆସି ସାରିଛନ୍ତ ।

ସେଜଲ୍‌ଙ୍କ ମୃତ୍ୟୁ ପରେ ଅନେକ ସେଲିବ୍ରେଟି ସୋସିଆଲ୍‌ ମିଡିଆରେ ସେମାନଙ୍କ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଯଦିଓ ସେଜଲ୍‌ଙ୍କ ଆତ୍ମହତ୍ୟା ପଛର କାରଣ ଏଯାବତ୍‌ ଜଣାପଡ଼ି ନାହିଁ । ମାତ୍ର ସେ ତାଙ୍କ ବ୍ୟକ୍ତିଗତ ଜୀବନର ଚାପକୁ ନେଇ ଭାରାକ୍ରାନ୍ତ ହୋଇ ଆତ୍ମହତ୍ୟା କରିଛନ୍ତି ବୋଲି ଅନୁମାନ କରାଯାଉଛି । ସେଜଲ୍‌ ନିଜ ବାପାଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ନେଇ ଖୁବ୍ ଚିନ୍ତାରେ ରହୁଥିଲେ ।


ସେୟାର କରନ୍ତୁ