ସିଦ୍ଧାର୍ଥ ମଲହୋତ୍ରାଙ୍କ ଜନ୍ମ ଦିନରେ ଫ୍ୟାନ୍ସଙ୍କୁ ଦେଲେ ତୋଫା ,ରିଲିଜ କଲେ ‘ଶେରସାହ’ର ପୋଷ୍ଟର

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଆଜି ବଲିଓଡ଼ ଅଭିନେତା ସିଦ୍ଧାର୍ଥଙ୍କର ଜନ୍ମଦିନ ଉପଲକ୍ଷେ ତାଙ୍କ ଆଗାମୀ ଫିଲ୍ମର ଲୁକ୍‌ ସାମ୍ନାକୁ ଆସିଛି । ସିଦ୍ଧାର୍ଥ ମଲହୋତ୍ରାଙ୍କ ଅପକମିଂ ଫିଲ୍ମ ‘ଶେରସାହ’ର ପ୍ରଥମ ଲୁକ୍ ରିଲିଜ ହୋଇଛି । ସିଦ୍ଧାର୍ଥ ମଲହୋତ୍ରା ଏହି ପୋଷ୍ଟର ରିଲିଜ କରି ଏକ ଖାସ ସନ୍ଦେଶ ଦେଇଛନ୍ତି ।

ସେ କ୍ୟାପଟେନ ବାତ୍ରାଙ୍କୁ ମନେ ପକାଇ ଲେଖିଛନ୍ତି,”ବଡ଼ ପରଦାରେ ସାହାଦତ ଏବଂ ବାହାଦୁରିର ଅଲଗା ରଙ୍ଗକୁ ମୋ ପାଇଁ ଗର୍ଵ ଓ ସାନମାନର କଥା । କ୍ୟାପଟେନ ବିକ୍ରମ ବାତ୍ରାଙ୍କ ଏହି ସଫରକୁ ଶ୍ରଦ୍ଧାଞ୍ଜଳି ଦେଇ ଆମେ ତାଙ୍କ ସହ ଜୁଡ଼ିଥିବା କାହାଣୀ ଦର୍ଶକଙ୍କ ନିକଟକୁ ନେଉଛୁ ଫିଲ୍ମ ‘ଶେରସାହ’ର ଜରିଆରେ । ଫିଲ୍ମ 3 ଜୁଲାଇରେ ରିଲିଜ ହେବ ।”

ସୂଚନାଯୋଗ୍ୟ ଯେ, ଏହି ଫିଲ୍ମଟି କାରଗିଲ୍ ଯୁଦ୍ଧର ହିରୋ ବିକ୍ରମ ବତ୍ରାଙ୍କ ବାୟୋପିକ୍ ହେବ । ଏହି ପୋଷ୍ଟରରେ ସିଦ୍ଧାର୍ଥ ହାତରେ ବନ୍ଧୁକ ଧରି ପାହାଡ ଚଢୁଥିବାର ନଜର ଆସୁଛନ୍ତି । ସିଦ୍ଧାର୍ଥ ଏହି ଫିଲ୍ମରେ ଅଭିନୟ କରିବା ନେଇ ବେଶ ଉତ୍ସାହିତ ଓ ଗର୍ବିତ । ତାଙ୍କୁ ଏଭଳି ଫିଲ୍ମରେ ଅଭିନୟ କରିବାର ସୁଯୋଗ ମିଳିଥିବାରୁ ସେ ବହୁତ ଖୁସି । ସିଦ୍ଧାର୍ଥ ନିଜେ ଏହି ବିଷୟରେ ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି ।

କହିବାତ ଏହି ଫିଲ୍ମଟି କରନ ଜୋହରଙ୍କ ପ୍ରଡକ୍ସନ ହାଉସ ଧର୍ମା ପ୍ରଡକ୍ସନ୍ସ ବ୍ୟାନରରେ ଆସୁଅଛି । ଏହି ଫିଲ୍ମର ନିର୍ଦେଶକ ବିଷ୍ନୁବର୍ଦ୍ଧନ ଅଟନ୍ତି ଏବଂ ଏହାର କାହାଣୀ ସନ୍ଦୀପ ଶ୍ରୀବାସ୍ତବ ଲେଖିଛନ୍ତି । ଫିଲ୍ମରେ ସିଦ୍ଧାର୍ଥଙ୍କ ସହିତ କିୟାରା ଆଡ଼ଭାନୀ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି ।


ସେୟାର କରନ୍ତୁ