ଶୀତଦିନେ ଲିପବାମ ବ୍ଯବାହାର କରୁଛନ୍ତି କି ହେଇପାରେ ଏହି ସବୁ କ୍ଷତି

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ସାଧାରଣତଃ ଶୀତଦିନରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଓଠ ଫାଟିଥାଏ । ଶୀତଦିନେ ଓଠକୁ କୋମଳ ରଖିବା ପାଇଁ ମହିଳାମାନେ ଖାସ୍ କରି ଓଠରେ ଲିପ୍ ବାମ୍ ବ୍ୟବହାର କରିଥାନ୍ତି । ପ୍ରକୃତରେ ଓଠର ସୌନ୍ଦର୍ଯ୍ୟତା ବଢାଇବା ପାଇଁ ବ୍ୟବହାର କରାଯାଉଥିବା ଲିପ୍ ବାମ୍ ବଡ କ୍ଷତି ପହଁଚାଇପାରେ । ଆଜ୍ଞା ହଁ ଓଠରେ ବାରମ୍ବାର ଲିପ୍ ବାମ୍ ଲଗାଇବା ଦ୍ୱାରା ଓଠ ଅଧିକ ଖରାପ ହୋଇଯାଇଥାଏ । ଲିପ୍ ବାମ୍ ର ସୁଗନ୍ଧ ପାଇଁ ଯେଉଁ କେମିକାଲ ବ୍ୟବହାର କରାଯାଏ, ତାହା ଓଠକୁ କ୍ଷତି ପହଁଚାଇଥାଏ ।

ଯଦି ଆପଣ ମେନ୍ଥଲ ଯୁକ୍ତ ଲିପ୍ ବାମ୍ ବ୍ୟବହାର କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଅଧିକ ହାନିକାରକ ହୋଇଥାଏ । ଏକ ରିସର୍ଚ୍ଚରେ କୁହାଯାଇଛି କି, ଲିପ୍ ବାମ୍ ରେ ଆଡିକ୍ସନ ଯୁକ୍ତ କୌଣସି ତତ୍ୱ ନଥାଏ, ବରଂ ଏହାକୁ ବାରମ୍ବାର ଲଗାଇବା ଦ୍ୱାରା ଏହାର ଅଭ୍ୟାସ ରହିଯାଇଥାଏ । ଅନେକ ମାମଲାରେ ଲିପ୍ ବାମ୍ ରୁ ଆଲର୍ଜି ହୋଇଥିବା ଦେଖିବାକୁ ମିଳିଥାଏ । ପ୍ରକୃତରେ ସୁଗନ୍ଧ ପାଇଁ ଲିପ୍ ବାମ୍ ରେ କେମିକାଲ ବ୍ୟବହାର କରାଯାଇଥାଏ । ସେଥିପାଇଁ ଓଠ ରେ ଆଲର୍ଜି ହୋଇପାରେ ।


ସେୟାର କରନ୍ତୁ