ଅମୃତଭଣ୍ଡା ମଞ୍ଜିର ଉପକାରୀ ଗୁଣ ବିଷୟରେ ଜାଣନ୍ତୁ

ଜୀବନଚର୍ଯ୍ୟା
ସେୟାର କରନ୍ତୁ


ଅମୃତଭଣ୍ଡା ଖାଇବା ପରେ ସମସ୍ତେ ଏହାର ମଞ୍ଜିକୁ ଫୋପାଡିବା ଭଳି ଭୁଲ୍ କରିବସନ୍ତି । କିନ୍ତୁ ଆପଣ ଜାଣିନଥିବେ ଯେ ଅମୃତଭଣ୍ଡା ମଞ୍ଜିରେ ବି ରହିଛି ଅନେକ ଔଷଧୀୟ ଗୁଣ । ଆମେ ଆପଣଙ୍କୁ ଅମୃତଭଣ୍ଡାର ମଞ୍ଜି ବିଷୟରେ ଏଭଳି କିଛି କହିବାକୁ ଯାଉଛୁ ଯାହାକୁ ଶୁଣି ଆପଣ ଏହାର ମଞ୍ଜି ଫୋପାଡିବା ତ ଦୂରର କଥା କେବେ ଚିନ୍ତା ବି କରିବେନି । ତେବେ ଜାଣନ୍ତୁ କିପରି ବ୍ୟବହାର କରିବେ ଅମୃତଭଣ୍ଡା ମଞ୍ଜିକୁ ।

  • ଅମୃତଭଣ୍ଡାର ମଞ୍ଜିରୁ କ୍ୟାନ୍ସର ଭଳି ମାରାତ୍ମକ ରୋଗର ଚିକିତ୍ସା ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ । ଏଥିରୁ କ୍ୟାନ୍ସର ଦୂର କରିବାର କିଛି ତତ୍ତ୍ୱ ମଧ୍ୟ ମିଳିଛି । ମଞ୍ଜିକୁ ଶୁଖାଇ ଏହାର ଚୂର୍ଣ୍ଣକୁ ନିୟମିତ ପିଇଲେ କ୍ୟାନ୍ସର କିଛିମାତ୍ରାରେ କମ୍ ହେବ ।
  • ଏହାର ମଞ୍ଜିକୁ ଚୂର୍ଣ୍ଣ କରି ଖାଇଲେ ପେଟରୁ କ୍ରୁମି ଦୂର ହୋଇଥାଏ ଏବଂ ପେଟ ସମ୍ବନ୍ଧୀୟ ରୋଗ ମଧ୍ୟ ଦୂର ହୋଇଥାଏ ।
  • ପୋଡିବା,ଶରୀରରେ ଜ୍ୱଳନ କିମ୍ବା କ୍ଷତି ହେଲେ ମଧ୍ୟ ଏହି ମଞ୍ଜିକୁ ବ୍ୟବହାର କରି ଆପଣ ଉପସମ ପାଇପାରିବେ ।
  • ଏହି ମଞ୍ଜିର ସରବତ ସାହାଯ୍ୟରେ ଆପଣ ଲିଭରରେ ଥିବା ଷ୍ଟୋନକୁ ବାହାର କରିବାରେ ସଫଳ ହୋଇପାରିବେ ଏବଂ ହୃଦରୋଗ ମଧ୍ୟ ଠିକ୍ ହୋଇପାରିବ । ଏହାଦ୍ୱାରା ପାଚନ ପ୍ରକ୍ରିୟା ଠିକ୍ ରୁପେ ହେବା ସହ କୌଣସି ରୋଗବ୍ୟାଧିର ମଧ୍ୟ ଚିନ୍ତା ନଥାଏ ।
  • ଜ୍ୱର ହେଲେ ମଧ୍ୟ ଅମୃତଭଣ୍ଡା ମଞ୍ଜିରେ ଥିବା ଆଣ୍ଟି – ବ୍ୟାକ୍ଟେରିଆ ତତ୍ତ୍ୱ ଜ୍ୱରକୁ କମ୍ କରିବାରେ ସହାୟକ ହୁଏ ।
  • ଅମୃତଭଣ୍ଡାର ମଞ୍ଜିକୁ ଶୁଖାଇ ଏହାର ଚୂର୍ଣ୍ଣ କରି ଦୁଇଚାମଚ ପାଣିରେ ଗୋଳି ପିଇଲେ ଅନିୟମିତ ଗର୍ଭବସ୍ଥାକୁ ଏଡାଇ ହେବ । ଏହା ସମ୍ପୁର୍ଣ୍ଣ ପ୍ରାକୃତିକ ହୋଇଥିବାରୁ ଏଥିରେ ଡାକ୍ତରଙ୍କ ପରାମର୍ଶର ମଧ୍ୟ ଆବଶ୍ୟକତା ନାହିଁ ।

ସେୟାର କରନ୍ତୁ