ରାଜକୁମାରଙ୍କର ଏହି ନୂଆ ରୂପ ଦେଖି ତୁମେ ବି ହଇରାଣ ହୋଇଯିବ, ସେୟାର କଲେ ନିଜ ଫିଲ୍ମର ଲୁକ

Truthink
ସେୟାର କରନ୍ତୁ

ମୁମ୍ବାଇ: ନିଜ ପ୍ରଶଂସକଙ୍କ ପାଇଁ ସବୁବେଳେ କିଛି ନୂଆ କରିବାର ପ୍ରୟାସ କରିଥାନ୍ତି ବଲିଉଡ୍ ଅଭିନେତା ରାଜକୁମାର ରାଓ । ସେ ପ୍ରତିଟି ଫିଲ୍ମରେ ଭିନ୍ନ ଭିନ୍ନ ଚରିତ୍ରରେ ନଜର ଆସିବାକୁ ଚେଷ୍ଟା କରିବା ସହ ତାକୁ ନିଖୁଣ ଭାବରେ ନିଜର ଭୂମିକାକୁ ନିଭାଇ ଥାନ୍ତି ରାଜକୁମାର । ତେବେ ରାଜକୁମାର ଏବେ ଫିଲ୍ମ ଲୁଡୋ ପାଇଁ ନିଜର ଲୁକ୍ ବଦଳାଇ ଦେଇଛନ୍ତି । ସେ ଏହି ଫିଲ୍ମରେ ପୁଅରୁ ପାଲଟି ଯାଇଛନ୍ତି ଝିଅ । ତେବେ ରାଜକୁମାର ନିଜର ଅଫିସିଆଲ ଇନଷ୍ଟାଗ୍ରାମରେ କେତେ ଗୁଡିଏ ଫଟୋ ସେୟାର କରିଛନ୍ତି ।

ନୂଆ ବର୍ଷରେ ନିଜ ଫଟୋ ସେୟାର କରି ପ୍ରଶଂସକମାନଙ୍କୁ ବଡ଼ ଉପହାର ଦେଇଛନ୍ତି ରାଜକୁମାର। ଫଟୋରେ ସେ ଝିଅ ବେଶ‌ରେ ଥିବା ବେଳେ ତାଙ୍କୁ ଚିହ୍ନିବା କଷ୍ଟକର ହୋଇ ପଡ଼ିଛି । ଫିଲ୍ମର ନିର୍ଦ୍ଦେଶନା ଅନୁରାଗ ବାସୁ ଦେଉଥିବା ବେଳେ ଏହି ଫିଲ୍ମରେ ରାଜକୁମାର ଉଭୟ ଝିଅ ଓ ପୁଅ ଭୂମିକା ନିଭାଇବେ । ଯାହାର ପ୍ରଥମ ଝଲକ ସେ ନିଜ ସୋସିଆଲ ମିଡିଆ ଜରିଆରେ ଦେଇଛନ୍ତି । ଗୋଟେ ଫଟୋରେ ସେ ଲେହେଙ୍ଗା ପିନ୍ଧିଥିବା ବେଳେ ଅନ୍ୟ ଏକ ଫଟୋରେ ସେ ଏକ ବାଇକ ଉପରେ ବସିଛନ୍ତି ।

ଏହି ଫିଲ୍ମରେ ରାଜକୁମାରଙ୍କ ସହ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଡଙ୍ଗଲ ଫେମ ଫାତିମା ସନା ଶେଖ୍ ନଜର ଆସିବେ ବୋଲି ଜଣା ପଡ଼ିଛି । କିଛି ଦିନରୁ ଖବର ଆସୁଥିଲା କି ଅନୁରାଗ ବାସୁ ଅଭିଷେକ ବଚନ ଏବଂ ରାଜକୁମାର ରାଓଙ୍କୁ ନେଇକରି ଏକ ପ୍ରୋଜେକ୍ଟ ଆରମ୍ଭ କରିବା ପାଇଁ ଯାଉଛନ୍ତି କିନ୍ତୁ ଏବେ କୁହାଯାଉଛି କି ଫିଲ୍ମରେ ଅଭିଷେକ ଏବଂ ରାଜ କୁମାରଙ୍କର ଦୁଇ ଅଲଗା ଅଲଗା କାହାଣୀ ହେବ।


ସେୟାର କରନ୍ତୁ