ନୂଆ ବର୍ଷରେ ଜିଓ ଧମାକା ‘2020 HAPPY NEW YEAR OFFER’

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଟେଲିକମ୍‌ କ୍ଷେତ୍ରରେ ଆଗକୁ ଆଗକୁ ବଢୁଥିବା ରିଲାଏନ୍ସ ଜିଓ ଏବେ ପୁଣିଥରେ ଚହଳ ପକାଉଛି । ସୋମବାର ଗ୍ରାହକମାନଙ୍କ ପାଇଁ କମ୍ପାନୀ ଘୋଷଣା କରିଅଛି ‘2020 HAPPY NEW YEAR OFFER’ । ଏହି ସୁବିଧା 24 ଡିସେମ୍ବର 2019ରୁ ଗ୍ରାହକଙ୍କ ପାଇଁ ମାର୍କେଟ୍‌ରେ ଉପଲବ୍ଧ ହେଉଅଛି । ଏହି ଅଫର୍‌ରେ ଜିଓ ପ୍ରିପେଡ୍ ଗ୍ରାହକଙ୍କ ପାଇଁ କମ୍ପାନୀ ଅନ୍‌ ଲିମିଟେଡ୍ ଭଏସ୍‌ କଲ୍ ସହିତ ଡାଟା ଓ ଏସ୍‌ଏମ୍‌ଏସ୍‌ ସୁବିଧା ଉପଲବ୍ଧ କରାଉଛି ।

ଏହି ନୂଆ ସ୍କିମ୍‌ ଜରିଆରେ ଜିଓ ଗ୍ରାହକ ମାନଙ୍କୁ ଯୋଗାଇ ଦେଉଛି, 2,020 ଟଙ୍କାରେ ଅନ୍‌ଲିମିଟେଡ୍‌ ଭଏସ୍‌ କଲ୍‌ ସୁବିଧା । ଏହା ସହିତ 1.5 ଜିବି 4ଜି ଡାଟା, ଏସ୍‌ଏମ୍‌ଏସ୍‌, ଜିଓ ଟିଭି, ଜିଓ ସିନେମା ଓ ଜିଓ ନ୍ୟୁଜ୍‌ ପରି ଆପ୍‌ର ଆକ୍ସେସ୍‌ ଗ୍ରାହକଙ୍କୁ ମିଳିପାରିବ । ଏହି ସ୍ମିମ୍‌ର ଅବଧି ରହିଛି ଗୋଟିଏ ବର୍ଷ ଅର୍ଥାତ 365 ଦିନ ।

ରିଲାଏନ୍ସ ଜିଓ ନିଜର ଗ୍ରାହକ ମାନଙ୍କୁ ସୂଚନା ଦେଇଅଛି ଯେ, 2,020ଟଙ୍କାରେ ଏକ ନୂଆ ଜିଓ ଫୋନ୍‌ କିଣିଲେ ଏକ ବର୍ଷର ମାଗଣା ସେବା ପାଇ ପାରିବେ । ଏହି ସ୍କିମ୍‌ରେ ଗ୍ରାହକ ଅସୀମିତ ଭଏସ୍‌ କଲିଂ ସହ ଦିନକୁ 0.5ଜିବି ଡାଟା, ଏସ୍‌ଏମ୍‌ଏସ୍‌, ଏବଂ ଜିଓ ଆପ୍ସକୁ ଆକ୍ସେସ କରିହେବ । ଏହା ବ୍ୟତୀତ ଆହୁରି ମଧ୍ୟ କିଛି ପ୍ଲାନ୍‌ରେ ଜିଓ ପରିବର୍ତ୍ତନ କରିଅଛି । ଯେଉଁଥିରେ ନୂଆ ବର୍ଷରେ 98 ଟଙ୍କାର ପ୍ରିପେଡ୍‌ରେ ଜିଓ 300 ଏସ୍‌ଏମ୍‌ଏସ୍‌ ଦେବାକୁ ନିଷ୍ପତ୍ତି ନେଇଅଛି ।


ସେୟାର କରନ୍ତୁ