ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କର 4ଲକ୍ଷ ଫଲୋଓର୍ସ କମିଲେ, କଣ CAA ବିରୋଧ ପଡିଲା ଭାରି

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ଦିଗଜ ଫିଲ୍ମ ନିର୍ମାତା ତଥା ନିର୍ଦେଶକ ଅନୁରାଗ କଶ୍ୟପ ପୂର୍ବରୁ କେତେ ଦିନ ହେବ CAA ଏବଂ NRC ବିରୋଧରେ ସ୍ୱର ଉଠାଉଛନ୍ତି । ସେ ପ୍ରଧାନମନ୍ତ୍ରୀ ଏବଂ ଭାଜପା ବିରୋଧରେ ଖୋଲିକରି କହୁଛନ୍ତି । ଏବେ ଅନୁରାଗ ନିଜର ନୂଆ ଟ୍ୱିଟରେ ମାଇକ୍ରୋବ୍ଲଗିଂଗ ସାଇଟ୍କୁ ଘେରିଛନ୍ତି । ଅନୁରାଗ ଟୁଇଟର ଉପରେ ତାଙ୍କର ଫଲୋଅର କମ କରିବାର ଆରୋପ ଲଗାଇଛନ୍ତି ।

ରିପୋର୍ଟ ମୁତାବକ ଅନୁରାଗଙ୍କ ଫଲୋଓର୍ସ 5ଲକ୍ଷରୁ କମ ହୋଇ ତାହା 76,000ରେ ପହଞ୍ଚିଛି । ଏହା ପରେ ଅନୁରାଗ ଟୁଇଟରରେ ଅଭିଯୋଗ କରିଛନ୍ତି କି, ‘ଟୁଇଟର ଇଣ୍ଡିଆ ମୋ ଫଲୋଓର୍ସ ସଂଖ୍ୟାକୁ ବହୁତ କମ କରି ଦେଇଛି ।’ଅନୁରାଗ ଏକ ସ୍କିରିନ ସଟ ସେୟାର କରିଛନ୍ତି, ଯେଉଁଥିରେ ଫଲୋଓର୍ସ ସଂଖ୍ୟା ବହୁତ କମ ଦେଖାଯାଉଛି ।

ସୂଚନା ମୁତାବକ, 4ମାସ ତଳେ ରାଗରେ ଟୁଇଟ୍ କରିବା ଛାଡ଼ିଥିଲେ ଅନୁରାଗ କଶ୍ୟପ । ଯଦି ମୁଁ ନ ଡ଼ରି ମୋ ମନର କଥା ଏଠି କହି ପାରିବି ନାହିଁ, ତେବେ ମୁଁ ଆଜିଠାରୁ କିଛି ବି କହିବି ନାହିଁ । ଗୁଡ୍ ବାଏ । ଏଭଳି ଟୁଇଟ କରି ସେ 4ମାସ ପୂର୍ବେ ଟୁଇଟର ଛାଡ଼ିଥିଲେ ମଧ୍ୟ କିଛି ଦିନ ତଳେ ସେ ସିଏଏ ଓ ଏନଆରସିକୁ ବିରୋଧ କରି ଟୁଇଟ୍ କରିବା ଆରମ୍ଭ କରିଥିଲେ । ଯାହା ପରେ ତାଙ୍କ ଫଲୋଓର୍ସ ସଂଖ୍ୟା କମ ହୋଇଥିବା ଜଣା ପଡ଼ିଛି ।


ସେୟାର କରନ୍ତୁ