ଖ୍ରୀଷ୍ଟମାସ ଟ୍ରିର ଇତିହାସ ଆସନ୍ତୁ ଜାଣିବା, କେବେ ଆରମ୍ଭ ହୋଇଥିଲା ଏହି ପର୍ବ

Truthink
ସେୟାର କରନ୍ତୁ

ସର୍ବ ପ୍ରଥମେ ଖ୍ରୀଷ୍ଟମାସ ଟ୍ରୀର ବ୍ୟବହାର କେବେ କରା ଯାଇଥିଲା ତାହା କାହାରିକୁ ମଧ୍ୟ ସଠିକ ରୂପେ ଜଣା ନାହିଁ । କିନ୍ତୁ ଆନୁମାନିକ ପ୍ରାୟ ୧୦୦୦ ବର୍ଷ ପୂର୍ବେ ଉତ୍ତର ୟୁରେପରେ ସର୍ବ ପ୍ରଥମେ ଏହାର ବ୍ୟବହାର ଆରମ୍ଭ ହେଇଥିଲା । ରୋମାନର ଲୋକମାନେ ଶୀତ ଦିନରେ ଚିର ସବୁଜ ଗଛ ଗୁଡିକର ଶାଖା ଓ ପତ୍ରକୁ ନିଜ ଘର ସଜାଇବା ପାଇଁ ବ୍ୟବହାର କରୁଥିଲେ । ସେହିପରି ଉତ୍ତର ୟୁରୋପୀୟ ମାନେ ଏହି ଗଛକୁ କାଟି ଖ୍ରୀଷ୍ଟମାସ ସମୟରେ ବକ୍ସରେ ରଖି ନିଜ ଘରକୁ ସଜାଉଥିଲେ । ଅପରପକ୍ଷରେ ଏଭଳି ମଧ୍ୟ କୁହାଯାଏ କି ଯେବେ ଭଗବାନ ଯୀଶୁଙ୍କ ଜନ୍ମ ହୋଇଥିଲା ସେହି ସମୟରେ ଅତ୍ୟଧିକ ଥଣ୍ଡା ହେତୁ ବରଫ ବୃଷ୍ଟି ଫଳରେ ଦୁନିଆର ସବୁ ଗଛର ପତ୍ର ଗୁଡିକ ଝାଉଁଳି ପଡି ଏଥିରେ ନୂଆ ପତ୍ର କଅଁଳିବା ଆରମ୍ଭ ହୋଇଥିଲା ।
ଖ୍ରୀଷ୍ଟମାସ ଟ୍ରୀର ଚିର ସବୁଜ ଅଂଶକୁ ଜୀବନ,ପୁନର୍ଜନ୍ମ ଓ ସହନଶୀଳତା ର ପ୍ରତୀକ ବୋଲି କୁହାଯାଏ । ଲୋକକଥା ଅନୁସାରେ ସାଧାରଣତଃ ଶୀତ ଦିନରେ ଅତୃପ୍ତ ଆତ୍ମା ଗୁଡିକ ସବୁଠାରୁ ଶକ୍ତିଶାଳୀ ରହିଥାନ୍ତି । ତେବେ ଶୀତ ଦିନେ ଏହି ଗଛକୁ ବ୍ୟବହାର କରି ବିଭିନ୍ନ ପ୍ରକାର ଆଲୋକମାଳାରେ ସଜାଇବା ଦ୍ୱାରା ସମସ୍ତ ପ୍ରକାରର ନକାରାତ୍ମକ ଶକ୍ତିକୁ ଦୂର କରି ସକାରାତ୍ମକ ମନୋଭାବ ସୃଷ୍ଟି କରିବା ସମ୍ଭବପର ହୋଇଥାଏ । ସକାରାତ୍ମକ ମନୋଭାବ ସୃଷ୍ଟି କରୁଥିବା ହେତୁ ଏହି ଗଛକୁ ଅତି ପବିତ୍ର ବୋଲି ମଧ୍ୟ କୁହା ଯାଇଥାଏ । ଆମେରିକାରେ ଖ୍ରୀଷ୍ଟମାସ ଟ୍ରୀକୁ ଲୋକେ ଅତ୍ୟନ୍ତ ପବିତ୍ର ବୋଲି ମାନିଥାନ୍ତି । ପ୍ରତିବର୍ଷ ଖ୍ରୀଷ୍ଟମାସରେ ଆମେରିକାରେ ୧,୮୫୦ରୁ ଅଧିକ ଖ୍ରୀଷ୍ଟମାସ ଟ୍ରୀ ବିକ୍ରି ହୋଇଥାଏ ।


ସେୟାର କରନ୍ତୁ