ପୁଣି ଏକାଠି ନଜରରେ ଆସିପାରନ୍ତି କପିଲ ଓ ସୁନୀଲ ଗ୍ରୋବର

ସିନେମା
ସେୟାର କରନ୍ତୁ

ନୂଆଦିଲ୍ଲୀ: କମେଡି ଷ୍ଟାର କପିଲ ଶର୍ମା ଓ ସୁନୀଲ ଗ୍ରୋଭରଙ୍କ କମେଡିକୁ କିଏ ବା ପସନ୍ଦ ନ କରି ରହିପାରିବ । ତାଙ୍କର ପ୍ରଶଂସକ ସଂଖ୍ୟା ବହୁତ ଅଧିକ । କପିଲ ଓ ସୁନୀଲଙ୍କର ମନ କେବେ ମିଶିବ ତାହାକୁ ଅପେକ୍ଷା କରି ତାଙ୍କର ଦର୍ଶକମାନେ ରହିଛନ୍ତି । ବହୁ ଦିନ ଧରି ଏ ଦୁଇ କଳାକାରଙ୍କୁ ଏକାଠି ନଦେଖି ଦର୍ଶକମାନେ ମନ ଉଣା କରିଥିଲେ । ଏବେ ତାଙ୍କର ଫ୍ୟାନ୍ସ ମାନଙ୍କ ପାଇଁ ଖୁସି ଖବରଟିଏ ଆସିଛି ।

ସୁନୀଲ ଗ୍ରୋଭର ନିଜର ଲୋକପ୍ରିୟ ଚରିତ୍ର ଡ଼ଃ ମଶହୂର ଗୁଲାଟି ଗେଟଅପ ପାଇଁ ପ୍ରସ୍ତୁତି ଚଲାଉଥିବାର ଦେଖିବାକୁ ମିଳିଅଛି । ସୁନୀଲ ଗ୍ରୋଭର ନିଜର ଇନ୍ସଟାଗ୍ରାମରେ ଏଭଳି କିଛି ଫଟୋ ପୋଷ୍ଟ କରିଅଛନ୍ତି । ଯେଉଁଥି ପାଇଁ ସୁନୀଲଙ୍କ ପ୍ରଶଂସକ ମାନେ ତାଙ୍କୁ ପ୍ରଶ୍ନ ପଚାରିବାରେ ଲାଗିପଡିଛନ୍ତି ।

ଏଥିରେ ସେ ନକଲି ନିଶ ଓ ନକଲି କେଶ ଲଗାଉଥିବାର ଦେଖିବାକୁ ମିଳିଛି । ସେହିପରି ହାତରେ ସ୍କ୍ରିପ୍ଟ ଧରି ପଢୁ ଥିବାର ଦୂର୍ଷ୍ୟ ମଧ୍ୟ ଦେଖିବାକୁ ମିଳିଛି । ଏବେ ଚର୍ଚ୍ଚା ଜୋର ଧରିଛି ଯେ କପିଲ ଶର୍ମା ଶୋ’ରେ ଖୁବ ଶୀଘ୍ର ଡାକ୍ତର ମଶହୂର ଗୁଲାଟିଙ୍କୁ ଦେଖିବାକୁ ମିଳିପାରେ ।

ଶେଷ ଥର ପାଇଁ କପିଲଙ୍କ ଶୋ’ରେ ସୁନୀଲ ଗ୍ରୋଭରଙ୍କୁ 2017 ମସିହାରେ ଦର୍ଶକେ ଦେଖିବାକୁ ପାଇଥିଲେ । କିନ୍ତୁ ଏହା ପରେ ଆଉ ତାଙ୍କୁ ଏହି ଚରିତ୍ରଟିରେ ଦର୍ଶକେ ଦେଖିବାକୁ ପାଇ ନ ଥିଲେ । କାହିଁକିନା କପିଲଙ୍କ ସହ ମତାନ୍ତର ଘଟିବା ପରେ ସୁନୀଲ ଦି କପିଲ ଶର୍ମା ଶୋକୁ ଛାଡି ଦେଇଥିଲେ । ତେବେ କପିଲ ମଧ୍ୟ ସୁନୀଲଙ୍କୁ ଅନୁରୋଧ କରି ଥିଲେ କି ସେ ସୋକୁ ଫେରିବା ପାଇଁ କିନ୍ତୁ ସୁନୀଲ ଫେରି ନଥିଲେ ।

ଏତିକି ହିଁ ନୁହେଁ ସଲମାନ ମଧ୍ୟ ଏ ଦୁଇ ଜଣଙ୍କୁ ଏକାଠି କରିବା ପାଇଁ ଖୁବ କୋଶିଶ କରିଥିଲେ କିନ୍ତୁ ଏମିତି କିଛି ଫଳ ପ୍ରଦ ହୋଇ ନଥିଲା । ଏଇ ନିକଟରେ ସେ କିଛି ଦିନ ତଳେ ବିଗ ବସ 13ରେ ନିଜର ଗୁଥି ଚରିତ୍ରରେ ନଜର ଆସିଥିଲେ ।


ସେୟାର କରନ୍ତୁ