ପ୍ରତିଦିନ ଖାଆନ୍ତୁ ଗାଜର ଦେହପାଇଁ ଅନେକ ହିତକର

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ଶୀତ ଦିନେ ଆମେ ବିଭିନ୍ନ ପ୍ରକାର ପନିପରିବା ଖାଇଥାଉ । ଏଥି ମଧ୍ୟରୁ ଶୀତଦିନେ ଗାଜର ଖାଇବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଥା’ନ୍ତି। ଏଥିରେ ଭିଟାମିନ୍ ଏ, ଭିଟାମିନ୍ ସି, ଭିଟାମିନ୍ କେ, ଭିଟାମିନ୍ ବି-8, ପୋଟାସିୟମ୍, ଏସିଡ୍, ଫୋଲେଟ୍, ଆଇରନ୍, ମାଙ୍ଗାନିଜ୍ ପରି ଅନେକ ଭିଟାମିନ୍ ଓ ମିନେରାଲ୍ସ ରହିଛି। ଏପରିକି ଗାଜରରେ ପ୍ରଚୁର ମାତ୍ରାରେ ଫାଇବର୍ ଓ ବିଟା-କେରାଟିନ୍ ମଧ୍ୟ ରହିଛି। ଆସନ୍ତୁ ଜାଣିବା ଶୀତଦିନେ ଗାଜର ଖାଇଲେ କେଉଁସବୁ ସ୍ୱାସ୍ଥ୍ୟ ଉପକାରୀ ଲାଭ ମିଳିଥାଏ।

1. ଗାଜରରେ ଥିବା ପୋଟାସିୟମ୍ ରକ୍ତ ବାହିକା ଓ ଧମନୀକୁ ସଫା ରଖି ରକ୍ତ ସଞ୍ଚାଳନକୁ ଠିକ୍ ରଖିଥାଏ । ଯାହାଦ୍ୱାରା ହୃଦୟ ସୁସ୍ଥ ରହିଥାଏ ।

2. ଗାଜରରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଓ ଭିଟାମିନ୍-ଏ ସୂର୍ୟ୍ୟଙ୍କର ହାନିକାରକ ଅଲଟ୍ରାଭାଓଲେଟ୍ କିରଣରୁ ତ୍ୱଚାକୁ ରକ୍ଷା କରିଥାଏ ।

3. ଗାଜର ଖାଇଲେ ପାଟିରେ ସାଲାଇଭା ବା ଲାଳ ଉତ୍ପାଦନ ବୃଦ୍ଧି ହୋଇଥାଏ ଏବଂ ଏଥିରେ ଥିବା କ୍ଷାର ଅଂଶ ମୁହଁକୁ ଏସିଡ୍ ପ୍ରଭାବରୁ ରକ୍ଷା କରିଥାଏ ।

4. ଗାଜରରେ ଅଧିକ ପରିମାଣରେ ଭିଟାମିନ୍-ଏ ଥିବାରୁ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଲିଭର୍ରେ ଜମା ହେଉଥିବା ପିତ୍ତକୁ କମ୍ କରିଥାଏ ।

5. ହାଭାର୍ଡ ବିଶ୍ୱବିଦ୍ୟାଳୟରେ ହୋଇଥିବା ରିସର୍ଚ୍ଚ ଅନୁସାରେ ଯେଉଁ ଲୋକ ପ୍ରତିଦିନ ଗାଜର ଖାଇଥା’ନ୍ତି, ସେମାନଙ୍କ କ୍ଷେତ୍ରରେ ହାର୍ଟ ଷ୍ଟ୍ରୋକ୍ର ଆଶଙ୍କା 68 ପ୍ରତିଶତ କମ୍ ରହିଥାଏ ।

6. ଗାଜରରେ ଥିବା ବିଟା-କେରାଟିନ୍ ଆଖିକୁ ମୋତିଆବିନ୍ଦୁଠାରୁ ରକ୍ଷା କରିଥାଏ । ଆହୁରି ମଧ୍ୟ ଗାଜରରେ ଲ୍ୟୁଟିନ୍ ଓ ଜେକ୍ସାଥିନ୍ ତତ୍ତ୍ୱ ରହିଛି, ଯାହା ଆଖିକୁ ସୁସ୍ଥ ରଖିଥାଏ ।

7. ଏହା ସହିତ ଗାଜରରେ ଥିବା ଫାଇବର୍ ଆପଣଙ୍କ ପାଚନ ତନ୍ତ୍ରକୁ ମଜବୁତ୍ କରିଥାଏ ।


ସେୟାର କରନ୍ତୁ