ବାବୁସାନ ବିନା ହେଲିମେଣ୍ଟରେ ଗାଡି ଚଳାଇ 1000 ଟଙ୍କାର ପାଉଣା ଦେବେ

ସିନେମା
ସେୟାର କରନ୍ତୁ

ଭୁବନେଶ୍ବର: ଓଲିଉଡର ସୁପରଷ୍ଟାର ତଥା ଚକଲେଟ ବୟ ବାବୁସାନଙ୍କ ନାଁରେ ନୂଆ ଟ୍ରାଫିକ୍ ନିୟମ ଉଲ୍ଲଂଘନର ଅଭିଯୋଗ ଆସିଅଛି । ତନ୍ମୟ ମହାନ୍ତି ଓରଫ ବାବୁସାନଙ୍କ ନାଆଁରେ ଟ୍ରାଫିକ୍ ନିୟମ ଉଲ୍ଲଂଘନର ଅଭିଯୋଗ ଆସିବା ପରେ ତାଙ୍କ ନାଁରେ ଗତକାଲି ବୁଧବାର 1000 ଟଙ୍କାର ଚାଲାଣ କଟାଯାଇଥିଲା ।

ସୂଚନା ମୁତାବକ, ବିନା ହେଲମେଟରେ ବାଇକ୍ ଚଲାଉଥିବାର ବାବୁସାନଙ୍କର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ଯାହାକି ଗୋଟିଏ ମିନିଟରୁ ଅଧିକ ସମୟର ଏହି ଭିଡିଓଟି ଥିଲା । ଯାହାକୁ ତର୍ଜମା କରି କମିଶନରେଟ୍ ପୁଲିସ୍ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।

ଏ ନେଇ କମିଶନରେଟ୍ ପୁଲିସ୍ ପକ୍ଷରୁ ଏକ ଟୁଇଟ୍ କରାଯାଇଛି । ଯେଉଁଥିରେ ଲେଖା ହୋଇଛି କି, ‘ଆମେ ଆମ ଅଭିନେତାମାନଙ୍କୁ ସମ୍ମାନ ଦେଇଥାଉ । କିନ୍ତୁ ଯେତେବେଳେ ତନ୍ମୟ ତଥା ବାବୁସାନ ବିନା ହେଲମେଟରେ ବାଇକ୍ ଚଲାଉ ଥିବାର ଦେଖିବାକୁ ପାଇଲୁ, ଚାଲାଣ କାଟି ଥିଲୁ । ଏହା ଆମର କର୍ତ୍ତବ୍ୟ । ସବୁବେଳେ ଟ୍ରାଫିକ୍ ସୁରକ୍ଷା ନିୟମ ପାଳନ କରନ୍ତୁ ।’


ସେୟାର କରନ୍ତୁ