ଭାଇରାଲ ହେଲା ସୋନମ କପୁରଙ୍କ ବିବାହ କାର୍ଡ଼

ସିନେମା
ସେୟାର କରନ୍ତୁ

ଅନୁଷ୍କା ଶର୍ମାଙ୍କ ପରେ ବଲିଉଡର ଆଉ ଜଣେ ଜଣାଶୁଣା ଅଭିନେତ୍ରୀ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ସେ ହେଉଛନ୍ତି ଅନିଲ କପୁରଙ୍କ ଝିଅ ସୋନମ କପୁର । ସୋନମ ତାଙ୍କ ଘନିଷ୍ଠ ବନ୍ଧୁ ଆନନ୍ଦ ଆହୁଜାଙ୍କ ସହିତ ମେ’ ୮ ତାରିଖରେ ବିବାହ ବନ୍ଧନରେ ବାନ୍ଧିହେବେ ।

ତେବେ ଅସଲ କଥାଟି ହେଉଛି ଏ ସମ୍ଭ୍ରାନ୍ତ ବିବାହର ନିମନ୍ତ୍ରଣ କାର୍ଡ଼ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏଥିରେ ମେହେନ୍ଦୀରୁ ଆରମ୍ଭ କରି ପାର୍ଟି ସବୁ କାର୍ଯ୍ୟକ୍ରମର ବିସ୍ତୃତ ବର୍ଣ୍ଣନା କରାଯାଇଛି ।

କାର୍ଡ଼ ମୁତାବକ ୭ ମେ’ ଦିନ ବିକେସି ସ୍ଥିତ ସନଟେକ ସିଗ୍ନେଚର ଆଇଲ୍ୟାଣ୍ଡରେ ମେହେନ୍ଦୀ କାର୍ଯ୍ୟକ୍ରମ ହେବ । ତା’ପରଦିନ ଅର୍ଥାତ ୮ ମେ’ରେ ରକଡେଲ ବାନ୍ଦ୍ରାରେ ବିବାହ ହେବ । ଠିକ ସେହିଦିନ ସଂଧ୍ୟାରେ ହୋଟେଲ ଲିଲାରେ ବିିବାହ ପାର୍ଟିର ଆୟୋଜନ କରାଯାଇଛି ।

ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ପାଇଁ ଡ୍ରେସ କୋଡ ଭିନ୍ନ ଭିନ୍ନ ମଧ୍ୟ ରଖାଯାଇଛି । ବିବାହ ନିମନ୍ତେ ସମସ୍ତ ପ୍ରକାର ଆୟୋଜନ ଖୁବ ଜୋରସୋରରେ ଚାଲିଛି । ଘରସଜ୍ଜା ଠାରୁ ଆରମ୍ଭ କରି ଘହଣା କିଣାକିଣି ମଧ୍ୟ ସରିଲାଣି । ନିକଟରେ କପୁର ଓ ଆହୁଜା ପରିବାର ତରଫରୁ ସୋନମ ଓ ଆନନ୍ଦଙ୍କ ବିବାହ ବିଷୟରେ ଅଫିସିଆଲ ଘୋଷଣା କରିଥିଲେ ।

ସୋନମଙ୍କ ଆଗାମୀ ଫିଲ୍ମ ବିଷୟରେ କହିବାକୁ ଗଲେ ଜୁନ ୧ରେ ରିଲିଜି ହେଉଛି ‘ବିରେ ଦି ୱେଡିଂ’ । ସୋନମଙ୍କ ବ୍ୟତିତ କରିନା କପୁର ଖାନ, ସ୍ୱରା ଭାସ୍କର ଏବଂ ଶିଖା ତଲସାନିୟା ମୁଖ୍ୟ ଭୁମିକାରେ ଅଛନ୍ତି । ଶଶାଙ୍କ ଘୋଷ ନିର୍ଦ୍ଦେଶିତ ଏହି ଫିଲ୍ମଟିର ନର୍ମାତା ହେଉଛନ୍ତି ଏକତା କପୁର ଏବଂ ସୋନମଙ୍କ ଭଉଣୀ ରିୟା କପୁର ।


ସେୟାର କରନ୍ତୁ