ନିଜର ମୋଟାପଣ ପାଇଁ ଚିନ୍ତିତ କି ? ପିଅନ୍ତୁ ଏହି ରସ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ଅାଜିର ବ୍ୟସ୍ତବହୁଳ ସମୟ ଭିତରେ ମଣିଷ ନିଜ ଖାଦ୍ୟପେୟ ଓ ଦୈନନ୍ଦିନ ଜୀବନ ଉପରେ ଧ୍ୟାନ ରଖିପାରୁନାହିଁ ଯେଉଁଥିପାଇଁ ଅନେକ ରୋଗକୁ ଆମନ୍ତ୍ରଣ କରୁଛି ୲ ସେଥିମଧ୍ୟରୁ ମେଡବହୁଳତା ଗୋଟିଏ ବଡ଼ ରୋଗ ୲ ବର୍ତ୍ତମାନ ପରିସ୍ଥିତିରେ ଅନେକ ଲୋକ ମେହବହୁଳତା ନେଇ ଚିନ୍ତାରେ ପଡିଯାଉଛନ୍ତି । ଏଥିରୁ ରକ୍ଷା ପାଇବା ଲାଗି ଲୋକେ ଅନେକ ପନ୍ଥା ଆପଣାଉଛନ୍ତି । ବିଶେଷ କରି ଏଥିପାଇଁ ବ୍ୟାୟାମ ସହିତ ଖାଦ୍ୟପେୟ ଉପରେ ଗୁରୁତ୍ୱ ଦିଆଯାଇଥାଏ। ତେବେ ଆପଣ ଜାଣିଛନ୍ତି କି ଆଖୁରସ ପିଇବା ଦ୍ୱାରା ଆପଣ ମେଦବହୁଳତାରୁ ରକ୍ଷା ପାଇ ପାରିବେ ।

ପ୍ରତିଦିନ ସକାଳେ ଆଖୁରସ ପିଇବା ସହିତ କିଛି ସମୟ ଚାଲିବାକୁ ପଡିବ। ଏହାଦ୍ୱାରା ଓଜନ କମିଯାଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ଅଛି। ଆଖୁରସରେ ପ୍ରଚୁର ପରିମାଣରେ ସଲ୍ୟୁବୁଲ୍‌ ଫାଇବର ରହିଛି। ଏହା ଶରୀରରେ କୋଲେଷ୍ଟରଲ୍‌ ମାତ୍ରା କମାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଆଖୁରସ ଶରୀରର ବିଭିନ୍ନ ଅଂଶରେ ଥିବା ଚର୍ବିକୁ ତରଳାଇବାରେ ସହାୟକ ହୁଏ। ଏହା ସହିତ ଏଥିରେ ପ୍ରୋଟିନ୍‌, କାର୍ବୋହାଇଡ୍ରେଟ୍‌, ଫସଫରସ୍‌, କ୍ୟାଲସିୟମ୍‌, ପଟାସିୟମ୍‌, ଭିଟାମିନ୍‌-‘ଏ’, ଭିଟାମିନ୍‌ ‘ବି’ କମ୍ପ୍ଲେକ୍ସ୍‌ ପ୍ରଭୃତି ରହିଥାଏ। ତେବେ ଶରୀରରେ ମେଟାବୋଲିକ୍‌ ପ୍ରକିୟା ଅଧିକ ହେଉଥିବା ସମୟରେ ଏହାକୁ ପିଇଲେ ସୁଫଳ ମିଳିଥାଏ। ତେଣୁ ପ୍ରତିଦିନ ଅପରାହ୍ନ ୧ରୁ ୨ଟା ମଧ୍ୟରେ ଖାଦ୍ୟ ଖାଇବା ପରେ ଆଖୁରସ ପିଇବା ଆବଶ୍ୟକ। ଏହାପରେ କିଛି ସମୟ ଚଲାବୁଲା ମଧ୍ୟ କଲେ ସୁଫଳ ମିଳିଥାଏ।


ସେୟାର କରନ୍ତୁ