ଆପଣାନ୍ତୁ ଏହି ଉପାୟ ପର୍ସରେ ସବୁବେଳେ ରହିବ ଟଙ୍କା

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ଧନ ପ୍ରାପ୍ତିର ଇଚ୍ଛା ସଭିଁଙ୍କର ରହିଛି । ପ୍ରତ୍ୟେକ ଚାହିଁଥାଆନ୍ତି ତାଙ୍କ ପାଖରେ ଅର୍ଥାତ ପର୍ସରେ ସର୍ବଦା ଧନ ରହୁ । ମାତ୍ର ଏପରି କେତେକ

ବ୍ୟକ୍ତି ଅଛନ୍ତି, ଯାହାଙ୍କ ନିକଟରେ ଅଧିକ ସମୟ ଯାଏଁ ପଇସା ରହିନଥାଏ । କୌଣସି ନା କୌଣସି କାରଣରୁ ଖର୍ଚ୍ଚ ହୋଇଯାଏ । ଏଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଶାସ୍ତ୍ରରେ କିଛି ସହଜ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି । ଜାଣନ୍ତୁ ….

ଲାଲ ରଙ୍ଗର କାଗଜ –
ଗୋଟିଏ ଲାଲ ରଙ୍ଗର କାଗଜରେ ନିଜ ଇଚ୍ଛା ଲେଖି ଏହି କାଗଜକୁ ରେଶମୀ ସୂତାରେ ବାନ୍ଧି ପର୍ସରେ ରଖନ୍ତୁ । ପର୍ସରେ କେବେ ଟଙ୍କା ଖାଲି ହେବ ନାହିଁ ।
ଚାଉଳ –
ଧାର୍ମିକ ଶାସ୍ତ୍ର ଅନୁଯାୟୀ, ପର୍ସରେ ଅଳ୍ପ ଚାଉଳ ରଖନ୍ତୁ । ଏପରି କରିବା ଦ୍ୱାରା ଅଯଥା ଟଙ୍କା ଖର୍ଚ୍ଚ ହୋଇନଥାଏ ।
ମା’ଲକ୍ଷ୍ମୀଙ୍କ ଫଟୋ –
ନିଜ ପର୍ସରେ ବସିଥିବା ମୁଦ୍ରାରେ ମା’ଲକ୍ଷ୍ମୀଙ୍କ ଫଟୋ ନିଶ୍ଚୟ ରଖନ୍ତୁ । ଏହା ଖୁବ ଶୁଭଫଳ ପ୍ରଦାନ କରିଥାଏ ।
ସୁନା କିମ୍ବା ଚାନ୍ଦିର ଏକ ଟଙ୍କା –
ସୁନା କିମ୍ବା ଚାନ୍ଦିର ଏକ ଟଙ୍କା ପର୍ସରେ ରଖିବା ଦ୍ୱାରା ଲାଭଦାୟକ ହୋଇଥାଏ । ମା’ଲକ୍ଷ୍ମୀଙ୍କ ନିକଟରେ ଏହାକୁ ପୂଜା କରି ପର୍ସରେ ରଖନ୍ତୁ ।
କାଚ –
ପର୍ସରେ ଏକ ଛୋଟ କାଚ କିମ୍ବା ଅଇନା ରଖନ୍ତୁ । ଏହା ମଧ୍ୟ ଶୁଭଫଳ ପ୍ରଦାନ କରିଥାଏ ।


ସେୟାର କରନ୍ତୁ