ଆପଣ ଖାଉଥିବା କାଜୁ ଅସଲି ନା ନକଲି କିପରି ଜାଣିବେ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

କାଜୁ ଉଚ୍ଚ କ୍ୟାଲୋରୀଯୁକ୍ତ ହୋଇଥିଲେ ମଧ୍ୟ ଏହାକୁ ଟାଏଟ୍‌ରେ ସାମିଲ କରାଯାଏ । ଏଥିରେ ପ୍ରୋଟିନ୍, ଭିଟାମିନ୍, ମିନରଲ୍ସ, ଫାଇବର ଆଦି ଭରପୁର ମାତ୍ରାରେ ରହିଥାଏ । ଏହାର ସେବନ ଶରୀର ପାଇଁ ଉତ୍ତମ ହୋଇଥାଏ । ଏହା ପାଚନ ଶକ୍ତିକୁ ବୃଦ୍ଧି କରିବା ସହ ତ୍ବଚାର ଚମକ୍ ମଧ୍ୟ ବୃଦ୍ଧି କରାଇଥାଏ ।

ଭାରତରେ ସବୁ ସ୍ଥାନରେ କାଜୁ ଚାଷ ହୁଏ ନାହିଁ। କେରଳ, ମହାରାଷ୍ଟ୍ର, ଗୋଆ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରେ କାଜୁ ଚାଷ ହୁଏ । ଏହାର ଦାମ ମଧ୍ୟ ଅଧିକ ରହିଥାଏ ।

ତେଣୁ କିଣିବା ସମୟରେ ସାବଧାନତା ଅବଲମ୍ବନ ନକଲେ ଆପଣ ଠକାମିରେ ଶିକାର ହୋଇପାରନ୍ତି । ତେବେ ଆସନ୍ତୁ ଜାଣିବା କାଜୁ କିଣିବା ସମୟରେ କିପରି ଜାଣିବେ ତାହା ଅସଲି ନା ନକଲି ।

କାଜୁର ରଙ୍ଗ ଧଳା ହେବା ଆବଶ୍ୟକ । ଯଦି କାଜୁ ରଙ୍ଗ ହଲ୍‌କା ହଳଦିଆ ହୋଇଥାଏ ତେବେ ତାହାକୁ କିଣନ୍ତୁ ନାହିଁ । କାରଣ ତାହା ହେଉଛି ନକଲି କାଜୁ ।

କିଣିବା ସମୟରେ କିଛି କାଜୁ ଖାଇକି ଦେଖନ୍ତୁ । ଯଦି କାଜୁ ଦାନ୍ତରେ ଚିପକି ଯାଉଛି ତେବେ​‌ ତାହା ଖରାପ କାଜୁ ।ଯଦି କାଜୁ ତେଲିଆ ବାସ୍ନା ହେଉଛି ତେବେ ତାହାକୁ କିଣନ୍ତୁ ନାହିଁ ।


ସେୟାର କରନ୍ତୁ