ଶୀଘ୍ର ଥକିପଡୁଛନ୍ତି କି ଜାଣନ୍ତୁ କଣ ଏହାର କାରଣ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

କାମ କରିବାବେଳେ ହେଉ କିମ୍ବା ଅନ୍ୟ କଣ ପାଇଁ ହେଉ ଆପଣ ଥକି ପଡୁଛନ୍ତି କି ? ତେବେ ଜାଣିରଖନ୍ତୁ କଣ ହେଇପାରେ ଏହାର କାରଣ ୲

ଯଦି ଆପଣ ଶୀଘ୍ର ଥକି ଯାଉଛନ୍ତି, ଆପଣଙ୍କୁ ଭୋକ ହେଉନି ଓ ଅଧିକାଂଶ ସମୟ ନିଦ ଲାଗୁଛି ତେବେ ଏହାର ବିଭିନ୍ନ କାରଣ ହୋଇପାରେ । ଯଦି ଆପଣ ବି ଏମିତି ସମସ୍ୟାର ସମ୍ମୁଖୀନ କରୁଛନ୍ତି ତେବେ ନିଶ୍ଚୟ ଜାଣନ୍ତୁ ଏହାର କାରଣ କ’ଣ ହୋଇପାରେ ।

ଶରୀରରେ ଶକ୍ତି ହ୍ରାସ ପାଇଲେ ଏମିତି ସମସ୍ୟା ଦେଖାଯାଇଥାଏ । ପ୍ରଥମେ ଆପଣ ଜାଣି ରଖିବା କଥା ଯେ ଶରୀରରେ ଶକ୍ତି ହ୍ରାସର ସଙ୍କେତ କ’ଣ ହୋଇଥାଏ ।

ସିଢ଼ି ଚଢ଼ିଲା ବେଳେ ଥକା ଲାଗିବା
ଅଳ୍ପ କିଛି ବାଟ ଚାଲୁ ଚାଲୁ ଥକା ଲାଗିବା
ଲମ୍ବା ସମୟ ଯାଏଁ କିଛି କାମ କରି ନପାରିବା
ବିନା ପରିଶ୍ରମରେ ଝାଳ ବାହାରିବା
ହାତ ଏବଂ ପାଦରେ ଯନ୍ତ୍ରଣା ହେବା
କ’ଣ କାରଣ ହୋଇପାରେ?

ଏହି ସବୁ ସମସ୍ୟାର ମୁଖ୍ୟ କାରଣ ନିଦ୍ରା ଅଭାବ ହୋଇଥାଏ। ଯଦି ଆପଣ ଦିନକୁ ୭ରୁ୮ ଘଣ୍ଟା ଶୋଉନଥିବେ ତେବେ ଆପଣଙ୍କ ଶାରୀରିକ କ୍ଷମତା ହ୍ରାସ ପାଇଥାଏ।

ଦ୍ୱିତୀୟ କାରଣ ଶରୀରରେ ପାଣିର ଅଭାବ ହୋଇପାରେ। ଶରୀରରେ ପର୍ଯ୍ୟାପ୍ତ ପାଣି ନଥିଲେ ଏଭଳି ସମସ୍ୟା ହୋଇଥାଏ।

ତୃତୀୟ କାରଣ କାର୍ବୋହାଇଡ୍ରେଟର ଅଭାବ ହୋଇପାରେ। କାରଣ ଆମ ଶରୀରକୁ କାର୍ବୋହାଇଡ୍ରେଟରୁ ସବୁଠୁ ଅଧିକ ଏନର୍ଜି ମିଳିଥାଏ। ଏଥିପାଇଁ ଖାଦ୍ୟରେ କାର୍ବୋ ହାଇଡ୍ରେଟର ମାତ୍ରା ସନ୍ତୁଳିତ ରଖିବା ଆବଶ୍ୟକ।

ଏଥସହ ଶରୀରରେ ପୋଷକ ତତ୍ତ୍ୱର ଅଭାବ ଯୋଗୁଁ ମଧ୍ୟ ଏହି ସମସ୍ୟା ଦେଖାଯାଇପାରେ।


ସେୟାର କରନ୍ତୁ