ଶୀତଦିନେ ଖାଆନ୍ତୁ ଏହି ଖାଦ୍ୟ ଶରୀର ଗରମ ରହିବା ସହ ଫୁର୍ତ୍ତି ରହିବେ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ଶୀତ ଦିନେ ହେଉଥିବା ହାଡ଼ ଭଙ୍ଗା ଶୀତରୁ ବଞ୍ଚିବା ପାଇଁ ଲୋକମାନେ ଅନେକ ଉପାୟ ଆପଣାଇଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି କିଛି ଏପରି ଖାଦ୍ୟ ଅଛି ଯାହା ଆପଣଙ୍କ ଶରୀରକୁ ଗରମ ରଖିବା ସହ ଶୀତରୁ ମଧ୍ୟ ବଞ୍ଚାଇଥାଏ ।ତେବେ ଶୀତ ଦିନେ ଶରୀରକୁ କିଭଳି ଭାବରେ ଭିତରୁ ଶକ୍ତ ଏବଂ ଗରମ ରଖିବେ ଏବଂ ଏଥିପାଇଁ କ’ଣ ଖାଇବେ ଆସନ୍ତୁ ଜାଣିବା …

• ଏହି ଋତୁରେ ରସାଳ ଫଳ ଖାଇବା ଦେହ ପ୍ରତି ହିତକର । ଲେମ୍ବୁ, କମଳା, ମୌସୁମୀ, ଅଙ୍ଗୁର ଇତ୍ୟାଦି ଏହି ଦିନେ ଖାଇବା ଦ୍ୱାରା ଶରୀରରେ ଜଳୀୟଅଂଶ ଠିକ୍ ରହିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ ।

• ଶୀତଦିନ ଫାଇବର, ପ୍ରୋଟିନ୍, କ୍ୟାଲ୍ସିୟମ, ପୋଟାସିୟମ୍, ଜିଙ୍କ, ଆଇରନ, ଫସ୍ଫରସ୍ ଏବଂ ଥିୟାମିନ୍ ଥିବା ଖାଦ୍ୟ ଭରପୂର ମାତ୍ରାରେ ଖାଇବା ଦରକାର ।

• ଶୀତ ଦିନେ ପ୍ରତିଦିନ ଅଣ୍ଡା ଖାଇବା ଆରମ୍ଭ କରନ୍ତୁ । ଏହା ଶରୀରକୁ ଗରମ ରଖିଥାଏ । ଏଥିରେ ଭିଟାମିନ୍ ଏ, ବି-୧୨, ବି-୬, କ୍ୟାଲସିୟମ୍, ଆଇରନ୍, ପଟାସିୟମ୍, ସେଲେନିୟମ୍, ଫ୍ୟାଟି ଏସିଡ୍ ଏବଂ ପ୍ରୋଟିନ୍ ରହିଥାଏ, ଯାହା ଶରୀରକୁ ଗରମ ରଖିବା ସହ ରୋଗମୁକ୍ତ ରଖିଥାଏ ।
• ଶୀତ ଦିନେ ଶୁଖିଲା ଖାଦ୍ୟ ସେବନ କରନ୍ତୁ । ଏଥିରେ ଭିଟାମିନ୍ ଇ, ବି-କମ୍ପ୍ଲେକ୍ସ, ଓମେଗା ଏସ୍, ଜିଙ୍କ୍, ଫ୍ଲୋରିଡ୍, କ୍ୟାଲସିୟମ ଏବଂ ସୁସ୍ଥକର ପ୍ରୋଟିନ୍ ରହିଥାଏ । ଯାହାକି ଶରୀରକୁ ଗରମ ରଖିବା ସହ ଶରୀରକୁ ସୁସ୍ଥ ରଖିଥାଏ । ଶୀତ ଦିନେ ଆପଣ କାଜୁ ବାଦାମ୍, ଅଖରୋଟ୍ ଇତ୍ୟାଦି ଖାଇ ପାରିବେ ।


ସେୟାର କରନ୍ତୁ