ସେଲ୍ଫି ନେଉଛନ୍ତି କି ଆସିପାରେ ଶୀଘ୍ର ବାର୍ଧକ୍ଯ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ଆଜିର ସମୟରେ ସେଲ୍‌ଫି ସବୁ ବର୍ଗର ଲୋକଙ୍କର ପ୍ରଥମ ପସନ୍ଦ ପାଲଟିଛି । ଯେଉଁଠି ଦେଖିବ ଆଉ ଯାହାକୁ ଦେଖିବ ସମସ୍ତେ ସେଲ୍‌ଫି ମାୟାରେ ବାୟା । ଖାଲି ସେତିକି ନୁହେଁ ଏହାକୁ ନେଇ ଆପଣ ପ୍ରତିଦିନ କିଛି ନା କିଛି ଖବର ମଧ୍ୟ ଶୁଣିବାକୁ ପାଉଥିବେ କି, କେଉଁଠି ସେଲ୍‌ଫି ଯୋଗୁଁ ଦୁର୍ଘଟଣା ତ କେଉଁଠି ସେଲ୍‌ଫି ଭାଇରାଲ।

ମାତ୍ର ବିଶେଷଜ୍ଞଙ୍କ ଗବେଷଣା ଫଳରେ ଏବେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି ଅତ୍ୟାଧିକ ସେଲ୍ପି ନେବା ଦ୍ୱାରା ଆପଣ ବାର୍ଦ୍ଧକ୍ୟର ଶିକାର ହୋଇପାରନ୍ତି । ଅର୍ଥାତ ଆପଣ ଆପଣଙ୍କ ବୟସ ପୂର୍ବରୁ ହିଁ ବୟଷ୍କ ତଥା ବୁଢା/ବୁଢୀ ଦେଖାଯାଇପାରନ୍ତି । କଥାଟି ବିଶ୍ୱାସ ହେଉନଥିଲେ ମଧ୍ୟ ସତ। ଏହି ତଥ୍ୟକୁ ପ୍ରମାଣିତ କରି ଦେଖାଇଛନ୍ତି ଲଣ୍ଡନର ଏକ ବିଶେଷଜ୍ଞ ଦଳ ।

ବିଶେଷଜ୍ଞଙ୍କ ଦ୍ୱାରା କରାଯାଇଥିବା ଏକ ଗବେଷଣାରୁ ଏହା ଜଣା ଯାଇଛି ଯେ, ବାରମ୍ବାର ସେଲ୍ପି ନେବା ଦ୍ୱାରା ତାହା ଚେହେରା ତଥା ମୁଖମଣ୍ଡଳରେ ପ୍ରଭାବ ପକାଇଥାଏ ଯେଉଁଥିପାଇଁ କି ମୁହଁର ଚର୍ମ ସାଧାରଣତଃ ସଙ୍କୁଚିତ ହେବାକୁ ଲାଗିଥାଏ ।

ଯାହା ଫଳରେ ଆପଣ କମ୍‍ ବୟଷରେ ହିଁ ଅଧିକ ବୟଷ୍କ ବା ବୟଷ୍କା ଦେଖା ଯାଇପାରନ୍ତି । ଆପଣ ବ୍ୟବହାର କରୁଥିବା ମୋବାଇଲ,ଲ୍ୟାପଟପ ଓ ଟାବଲେଟ୍‍ ରୁ ସାଧାରଣତଃ ଏଚଇଭି ରଶ୍ମି ତଥା ହାଇ ଏନର୍ଜି ଭିଜିବୁଲ ଲାଇଟ ନିର୍ଗତ ହୋଇଥାଏ, ଯାହାକି ୟୁବିଏ ଓ ୟୁବିଭି ଲାଇଟ ଭଳି କ୍ଷତିକାରକ ହୋଇଥାଏ ।

ବିଶେଷଜ୍ଞଙ୍କ କହିବା ଅନୁସାରେ ୟୁବିଏ ଓ ୟୁବିଭି ଲାଇଟ୍‍ ଯୋଗୁଁ ମୁହଁର ଚର୍ମ ସଙ୍କୁଚିତ ହୋଇଯାଇଥାଏ ସେହିପରି ଏହି ଏଚଇଭି ଲାଇଟ୍‍ ମଧ୍ୟ ଚର୍ମ ପାଇଁ ଅତ୍ୟନ୍ତ କ୍ଷତି କାରକ ହୋଇଥାଏ । ଏଥିପାଇଁ ଯଦି ଆପଣ ଦନକୁ ଅନେକଥର ସେଲ୍‌ଫି ନେଉଛନ୍ତି ତେବେ ଏହି କଥାକୁ ନିଶ୍ଚୟ ମନେରଖନ୍ତୁ ।


ସେୟାର କରନ୍ତୁ