କେଉଁ ଫିଲ୍ମରେ ସମସ୍ତ ଶ୍ରେୟ ବିଗ୍ ବିଙ୍କୁ ଯାଇଥିବାରୁ ତାପସୀ ନିରାଶ ଥିଲେ, ଆସନ୍ତୁ ଜାଣିବା

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତାପସୀ ପନ୍ନୁ ଓ ବିଗ୍ ବି ଅମିତାଭ ବଚ୍ଚନଙ୍କ ଅଭିନୀତ ଫିଲ୍ମ ‘ବଦଲା’କୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ଏହି ଫିଲ୍ମଟି ବକ୍ସ ଅଫିସରେ ଭଲ ଆୟ କରିଥିଲା । ଏହି ଫିଲ୍ମରେ ତାପସୀ ଏବଂ ଅମିତାଭଙ୍କ ଭଲ ଅଭିନୟ ସାଙ୍ଗକୁ ଏ କାହାଣୀଟି ମଧ୍ୟ ଦର୍ଶକ ମାନଙ୍କର ଖୁବ ଭଲ ପାଇବା ସାଉଁଟିଥିଲା ।

ତେବେ ଏହି ଫିଲ୍ମର ସମସ୍ତ ଶ୍ରେୟ ବିଗ୍ ବିଙ୍କୁ ଦିଆଯିବାରୁ ତାପସୀ ନିରାଶ ହୋଇଥିବା କଥା କହିଥିଲେ । ତାପସୀ ଅଭିନେତ୍ରୀ ନେହା ଧୁପିଆଙ୍କ ଚାଟ୍ ସୋ’ରେ ପହଞ୍ଚି ନିଜ ମନର କଥାକୁ ପ୍ରକାଶ କରିଥିଲେ ।

ତାଙ୍କ କହିବା ମୁତାବକ, ଫିଲ୍ମରେ ମୁଁ ଅମିତାଭଙ୍କ ଠାରୁ ଅଧିକ ଦୃଶ୍ୟର ସୁଟିଂ କରିଥିଲି ଏବଂ ଅଧିକ ଦିନ ମଧ୍ୟ କାମ କରିଥିଲି । କିନ୍ତୁ ଫିଲ୍ମଟି ରିଲିଜ୍ ହେବା ପରେ ସମସ୍ତେ ବିଗ ବିଙ୍କ ଫିଲ୍ମ ବୋଲି କହିବା ଆରମ୍ଭ କରିଥିଲେ । ସଂପୂର୍ଣ୍ଣ ଫିଲ୍ମରେ ମୁଁ ଛାଇ ରହିଥିଲେ ମଧ୍ୟ ମୋତେ ଫିଲ୍ମ ପାଇଁ କୌଣସି ଶ୍ରେୟ ମିଳି ନ ଥିଲା ।

ଯେବେ ମୁଁ ନିଜେ ମୋର ସ୍ବରକୁ ଉତ୍ତୋଳନ କରି କହିଥିଲି, ସେତେବେଳେ ଯାଇ ଲୋକମାନେ ମୋତେ ଶ୍ରେୟ ଦେବା ଆରମ୍ଭ କରିଥିଲେ । ଏଠି ପୁରୁଷମାନଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି, ଯେଉଁଥି ପାଇଁ ମୋ କାମକୁ କେହି ଦେଖି ପାରୁ ନ ଥିଲେ ।


ସେୟାର କରନ୍ତୁ