ପତ୍ରପୋଡ଼ା ମାଛ କେମିତି ବନାଇବା ପାଇଁ ଜାଣି ରଖନ୍ତୁ ଏହି ଟିପ୍ସ

Truthink
ସେୟାର କରନ୍ତୁ

ସାଧାରଣଃ ଘରେ ଛୁଆମାନେ ନୂଆଁ ନୂଆଁ ଡ଼ିସ ଖାଇବାକୁ ବାହାରକୁ ଯିବାକୁ ଯୋଜନା କରୁଛନ୍ତି । ବିଶେଷ କରି ଆଜି କାଲିର ପତ୍ରପୋଡ଼ା ଡ଼ିସ ସମସ୍ତଙ୍କ ମନ ବେଶ ଜିତିପାରିଛି । ଅଧିକାଂଶ ମହିଳାମାନେ ଭାବନ୍ତି ପତ୍ରପୋଡ଼ା ବିନା ଚୁଲି କିମ୍ବା ମାଟି ଚୁଲା ବିନା ତିଆରି କରାଯାଇପାରିବ ନାହିଁ । କିନ୍ତୁ ଆପଣ ଜାଣନ୍ତି କି ? ଏହାକୁ ଆପଣ ଘରେ ଗ୍ୟାସରେ ମଧ୍ୟ ଅତି ସହଜରେ ବନାଇ ପାରିବେ ।
ଆବଶ୍ୟକୀୟ ସାମଗ୍ରୀ: ମାଛ-୧କିଲୋ,କଞ୍ଚାଲଙ୍କା-୨ଚାମଚ,କଟାପିଆଜ-୨ଟି,କଦଳୀ ପତ୍ର-୨ଟି,ଲେମ୍ବୁ-୧ଟି,ସୋରିଷ ତେଲ-୨ଚାମଚ,ଲୁଣ-ସ୍ୱାଦନୁଶାରେ,ଗରମ ମସଲା-୧ଚାମଚ, ଫିସ ମସଲା-୧ଚାମଚ,କଟାଟମାଟୋ-୧ଟି ।
ପ୍ରସ୍ତୁତ ପ୍ରଣାଳି: ପ୍ରଥମେ କଦଳୀ ପତ୍ରକୁ ଧୋଈ ଆଣନ୍ତୁ । ଗ୍ୟାସ ଅନ କରି କଦଳୀ ପତ୍ରକୁ ଧିମା ଧିମା ଆଞ୍ଚରେ ଅଳ୍ପ ଗରମ କରି ଦିଅନ୍ତୁ । ଯାହା ଫଳରେ ପତ୍ରଟି ଆଉ ପରବର୍ତ୍ତୀ ସମୟରେ ଫାଟିବ ନାହିଁ ।
ଏବେ ମାଛକୁ ସଫା କରି କାଟି ଏକ ପାତ୍ରରେ ରଖନ୍ତୁ । ଅନ୍ୟ ଏକ ପାତ୍ରରେ କଟା ମାଛ ,ପିଆଜ ,ଲଙ୍କା ,ଲେମ୍ବୁରସ ,ଲୁଣ ,ମସଲାଗୁଣ୍ଡ,କଟାଟମାଟୋ ପକାଇ ସୂତାରେ ବାନ୍ଧି ଦିଅନ୍ତୁ । ଧ୍ୟାନ ରଖିବେ ଏହା ଯେପରି ବାହାରି ନଯାଏ । ଏହା ପରେ ସେହି ପକେଟଟିକୁ ଗ୍ୟାସ ଉପରେ ରଖି ଦିଅନ୍ତୁ । ଗ୍ୟାସକୁ ଅନ କରି ଧିମା ଆଞ୍ଚରେ ବସନ୍ତୁ । ୧୦ରୁ୧୫ମିନଟ ପରେ ଏହାକୁ ଓଲଟାଇ ଦିଅନ୍ତୁ । ଭଲଭାବେ ପୋଡ଼ି ହେବା ପର୍ୟ୍ୟନ୍ତ ଏହାକୁ ଚୁଲା ଊପରେ ରଖନ୍ତୁ । ୨୫ମିନଟ ପରେ ଏହାକୁ ଓଲ୍ଲାଇ ଦିଅନ୍ତୁ । ମାଛ ଉପରେ ତେଲ ଓ ପିଆଜ ପକାଇ ଦିଅନ୍ତୁ । ଏହାକୁ ଧନିଆ ପତ୍ର ଓ କ୍ରିମ ପକାଇ ସର୍ଭ କରନ୍ତୁ ପତ୍ରପୋଡ଼ା ମାଛ ।


ସେୟାର କରନ୍ତୁ