ରିଲିଜ ହେଲା ତାନଜୀର ଟିଜର, ଏକ ପତାକା ଧରିଥିବାର ନଜରରେ ଆସିଲେ ଅଜୟ ଦେବଗନ

ସିନେମା
ସେୟାର କରନ୍ତୁ

ନୂଆଦିଲ୍ଲୀ: ବଲିଉଡ୍ ଆକ୍ଟର ଅଜୟ ଦେବଗନ ଖୁବ୍ ଶୀଘ୍ର ଫିଲ୍ମ ତାନାଜୀ ଦ ଅନସଙ୍ଗ ୱାରିଅର ଜରିଆରେ ପରଦାକୁ ଫେରୁଛନ୍ତି । ଅଜୟଙ୍କର ଏହା 100ତମ ଫିଲ୍ମ ହୋଇଥିବାରୁ ତାଙ୍କ ପ୍ୟାନ୍ସମାନେ ଏହାକୁ ଅପେକ୍ଷା କରି ରହିଛନ୍ତି । ଏହି ଫିଲ୍ମ ସାଥିରେ ଅଜୟ ଦେବଗନ ନିଜର ପତ୍ନୀ କାଜଲଙ୍କ ସାଥିରେ ପରଦା ଉପରକୁ ଫେରିବାକୁ ମଧ୍ୟ ଯାଉଛନ୍ତି । ତେବେ ତାନାଜୀର ଟିଜର ଆଜି ରିଲିଜ ହୋଇଛି ।

ତାନାଜୀର ଟିଜର ରିଲିଜ ହେବାପରେ ସୋସିଆଲ ମିଡିଆରେ ଏହା ଖୁବ ଧମାଲ କରୁଛି । ଫ୍ୟାନ୍ସଙ୍କ ନିଟରେ ଟିଜରଟି ବେଶ୍ ଆଦୃତ ହୋଇପାରିଛି । 35 ହଜାର ଭିଉ ଏହା ରିଲିଜ ହେବାପରଠୁ ହୋଇସାରିଲାଣି । ଏହି ଫିଲ୍ମ ଟିଜର 12 ସେକେଣ୍ଡର । ଏଥିରେ କାହାର ଚେହେରା ନଜର ଆସୁନାହିଁ । କିନ୍ତୁ ତଥାପି ମଧ୍ୟ ଲୋକମାନଙ୍କୁ ଏହା ଖୁବ୍ ପସନ୍ଦ ଆସିଛି ।

ଏହି ଟିଜରରେ ଅଜୟଙ୍କ ସ୍ଵର ଶୁଣିବାକୁ ମିଳୁଛି । ସେ ଦମଦାର ସ୍ଵରରେ କହୁଛନ୍ତି ଯେ, ସ୍ଵରାଜ ଠାରୁ ବଡ ଆଉ କଣ ଅଛି । ସେ ହାତରେ ଏକ ଧ୍ଵଜ ଧରି ବସିଥିବାର ନଜରରେ ଆସୁଛନ୍ତି । ତେବେ ଏହି ଫିଲ୍ମର ଟ୍ରେଲର ନଭେମ୍ଵର 19ରେ ରିଲିଜ ହେବାକୁ ଯାଉଅଛି । ତାନାଜୀରେ ଅଜୟଙ୍କ ସହ ପୁଣି ଥରେ ତାଙ୍କ ପତ୍ନୀ କାଜଲ ଅଭିନୟ କରିବାର ସୁଯୋଗ ପାଇଛନ୍ତି ।

କହିବାତ ଏହି ଫିଲ୍ମରେ ଅଜୟ ଦେବଗନଙ୍କ ବ୍ୟତୀତ ସୈଫ ମଧ୍ୟ ନଜର ଆସୁଛନ୍ତି । ସୈଫ ଏବଂ ଅଜୟ ମଧ୍ୟ ଲମ୍ବା ସମୟପରେ ଏକ ସାଥିରେ କାମ କରୁଛନ୍ତି । ଏଥିରେ ଅଜୟ, ସୈଫଙ୍କ ବ୍ୟତୀତ ଶରଦ କେଲକର ଏବଂ ପଙ୍କଜ ତ୍ରିପାଠୀଙ୍କ ଭଳି କଳାକାର ମଧ୍ୟ ନଜର ଆସୁଛନ୍ତି । ଇତିହାସ ଉପରେ ନିର୍ମିତ ଏହି ଫିଲ୍ମ ଜାନୁୟାରୀ 10ରେ ରିଲିଜ ହେବାକୁ ଯାଉଛି ।


ସେୟାର କରନ୍ତୁ