ଦିଲ୍ଲୀକୁ ନେଇ ଚିନ୍ତାରେ ବଲିଉଡ୍ ଇନଷ୍ଟାଗ୍ରାମରେ ମାସ୍କ ପିନ୍ଧା ଫଟୋ ଅପଲୋଡ କଲେ ପ୍ରିୟଙ୍କା

ସିନେମା
ସେୟାର କରନ୍ତୁ

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ବଢିବାକୁ ଦେଖି ଦିଲ୍ଲୀବାସୀ ଚିନ୍ତାରେତ ଅଛନ୍ତି ତତସହିତ ବଲିଉଡ୍ ବି ଚିନ୍ତିତ ହୋଇ ପଡିଛି । ଏବେ ଏଠାରେ ନିଃଶ୍ଵାସ ନେବା କଷ୍ଟକର ହୋଇ ପଡିଛି । କହିବାକୁ ଗଲେ ଦିଲ୍ଲୀ ଗ୍ୟାସ୍ ଚାମ୍ବର ପାଲଟିଯାଇଛି । ଦିଲ୍ଲୀ ସହରର ଜଳବାୟୁ ପରିବର୍ତନକୁ ଦେଖି ବଲିଉଡ୍ କୁଇନ ପ୍ରିୟଙ୍କା ଚୋପ୍ରା ଚିନ୍ତା ପ୍ରକଟ କରିଛନ୍ତି । ପ୍ରିୟଙ୍କା ଚୋପ୍ରା ଦିଲ୍ଲୀରେ ପ୍ରଦୂଷଣକୁ ନେଇ ମାସ୍କ ପିନ୍ଧି ଏକ ଫଟୋ ଇନଷ୍ଟାଗ୍ରାମରେ ଅପଲୋଡ କରିଛନ୍ତି ।

ପ୍ରିୟଙ୍କା ଲେଖିଛନ୍ତି ଯେ, ଦ ହ୍ଵାଇଟ୍ ଟାଇଗର ଶୁଟିଙ୍ଗ୍ କରିବା କଠିନ ହୋଇ ପଡିଛି । ଏଭଳି ପରିସ୍ଥିତିରେ ଏଠାରେ କିପରି ରହିବି ତାହାକୁ ନେଇ ଚିନ୍ତିତ । ଆମ ପାଖରେ ବାୟୁ ବିଶୁଦ୍ଧିକରଣ ଯନ୍ତ୍ର ଏବଂ ମାସ୍କ ରହିଛି । ଗରୀବ ଏବଂ ବଧିର ଲୋକମାନଙ୍କ ପାଇଁ ପ୍ରାର୍ଥନା କରନ୍ତୁ । ସମସ୍ତେ ନିଜ ନିଜର ଧ୍ୟାନ ରଖନ୍ତୁ ।


ସେୟାର କରନ୍ତୁ