ଆଇକନ ଅଫ ଗୋଲ୍ଡେନ ଜୁବୁଲି ଆୱାର୍ଡରେ ସମ୍ମାନିତ ହେବେ ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ

ସିନେମା
ସେୟାର କରନ୍ତୁ

ନୂଆଦିଲ୍ଲୀ: ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତଙ୍କୁ ଏକ ବଡ଼ ସମ୍ମାନ ମିଳିବାକୁ ଯାଉଛି । ସେ ଦଶନ୍ଧି ଦଶନ୍ଧି ଧରି ଲୋକମାନଙ୍କ ହୃଦୟରେ ରାଜ କରି ଆସୁଛନ୍ତି । ରଜନୀକାନ୍ତ 1975ରେ ତାମିଲ ଫିଲ୍ମ ଅପୂର୍ବ ରାଙ୍ଗଗଲରୁ କ୍ୟାରିଅର ଆରମ୍ଭ କରିଥିଲେ । ରଜନୀକାନ୍ତଙ୍କ ପ୍ରଥମ ହିନ୍ଦୀ ଫିଲ୍ମ ଟି ରାମା ରାଓଙ୍କ ଅନ୍ଧା କାନୁନ ଥିଲା । ତାଙ୍କ ସହ ଅମିତାଭ ବଚ୍ଚନ ମଧ୍ୟ ମୁଖ୍ୟ ଭୂମିକାରେ ଥିଲେ ।

50ତମ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ଇଣ୍ଡିଆ (ଇଫି)ର ସ୍ବର୍ଣ୍ଣ ଜୟନ୍ତୀ ଅବସରରେ ତାଙ୍କୁ ସ୍ପେଶାଲ ଆଇକନ ଅଫ୍‌ ଗୋଲ୍‌ଡେନ୍‌ ଜୁବଲି ଆଓ୍ଵାର୍ଡରେ ସମ୍ମାନିତ କରାଯିବ ବୋଲି ଜଣାପଡ଼ିଛି । ଏ ନେଇ ଶନିବାର ଘୋଷଣା କରିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଦେକର । ରଜନୀକାନ୍ତ ତାଙ୍କ କଳା ପାଇଁ 2000ରେ ପଦ୍ମଭୂଷଣ ଏବଂ 2016ରେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ ।

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବେଦକର ଆଜି ନିଜ ଟ୍ଵିଟର ଆକାଉଣ୍ଟରେଲେଖିଛନ୍ତି କି, ଭାରତୀୟ ସିନେମାରେ ରଜନୀକାନ୍ତଙ୍କ ଦଶନ୍ଧି ଦଶନ୍ଧି ଧରି ଯୋଗଦାନ ପାଇଁ ତାଙ୍କୁ ଆଇଏଫଏଫଆଇ 2019ରେ ସମ୍ମାନିତ କରାଯିବ । ସେହିପରି ଭାବରେ ଜାବେଦକର ଟ୍ଵିଟ୍ କରିବା ପରେ ରଜନୀକାନ୍ତ ରିଟ୍ଵିଟ୍ କରି ଲେଖିଛନ୍ତି ଯେ, ମୋତେ ଏତେ ବଡ ସମ୍ମାନରେ ସମ୍ମାନିତ କରୁଥିବାରୁ ଏଥିପାଇଁ ଭାରତ ସରକାରଙ୍କୁ ଧନ୍ୟବାଦ । ଆଇଏଫଏଫଆଇ ଚଳିତ ବର୍ଷ ଅନ୍ତରେ ଆୟୋଜନ କରାଯିବ ।


ସେୟାର କରନ୍ତୁ