କେଉଁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଠାରୁ ତାଙ୍କ ପତ୍ନୀ 27ବର୍ଷ ସାନ ଆସନ୍ତୁ ଜାଣିବା

ସିନେମା
ସେୟାର କରନ୍ତୁ

ନୂଆଦିଲ୍ଲୀ : କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାର ସ୍ବାମୀ ଓ ତାଙ୍କ ପତ୍ନୀଙ୍କ ବୟସର ତରତମ୍ୟକୁ ନେଇ ଏବେ ଖୁବ ଚର୍ଚ୍ଚା ଚାଲିଅଛି ।

କର୍ଣ୍ଣାଟକରେ ସରକାର ଗଠନ କରିବା ପାଇଁ କୁମାର ସ୍ବୀମୀଙ୍କୁ ଅତୀତରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । କର୍ଣ୍ଣାଟକରେ ଏବେ ତାଙ୍କର ସରକାର ଯାଇସାରିଛି । କିନ୍ତୁ କୁମାର ସ୍ବାମୀଙ୍କ ପତ୍ନୀଙ୍କ ବୟସକୁ ନେଇ ଏବେ ଚର୍ଚ୍ଚା ଚାଲିଛି । କନ୍ନଡ ପିଲ୍ମର ପ୍ରସିଦ୍ଧ ଅଭିନେତ୍ରୀ ରାଧିକାଙ୍କୁ କୁମାର ସ୍ବାମୀ ବିବାହ କରିଛନ୍ତି ।

ସୂଚନା ମୁତାବକ, ସ୍ୱାମୀ ଏବଂ ରାଧିକାଙ୍କ ଭିତରେ ଦୀର୍ଘ ଦିନଧରି ଭିତିରି ସମ୍ପର୍କ ରହିଥିଲା । ଏମାନଙ୍କର ଏହି ଆଫେୟାର ସଂପର୍କ ବିଷୟରେ କେହି ଜାଣି ନଥିଲେ । ଦ୍ବିତୀୟ ପତ୍ନୀ ଭାବେ ରାଧିକାକୁ କୁମାର ସ୍ବାମୀ ଗ୍ରହଣ କରିଛନ୍ତି । 2006 ମସିହାରେ ସେମାନେ ଗୁପ୍ତ ଭାବରେ ବିବାହ କରିଥିଲେ । କିନ୍ତୁ ଏବେ କୁମାର ସ୍ବାମୀ ତାଙ୍କ ପ୍ରଥମ ପତ୍ନୀଙ୍କ ସାଙ୍ଗରେ ରହୁଅଛନ୍ତି ।

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାର ସ୍ବାମୀ 2 ଜଣଙ୍କୁ ବିବାହ କରିଛନ୍ତି । କିନ୍ତୁ ଦୁଇଜଣ ପତ୍ନୀଙ୍କ ବୟସରେ ବହୁ ପାର୍ଥକ୍ୟ ରହିଅଛି । ତେବେ ଅନିତା 1959 ମସିହା ଡିସେମ୍ବର 16 ତାରିଖରେ ଜନ୍ମ ହୋଇଥିଲେ ଯେକି କୁମାର ସ୍ବାମୀଙ୍କ ପ୍ରଥମ ପତ୍ନୀ । ଏବେ ଅନୀତାଙ୍କ ବୟସ 59 ବର୍ଷ ।

ସେହିପରି ରାଧିକା 1986 ମସିହା ନଭେମ୍ବର ମାସରେ ଜନ୍ମ ହୋଇଥିଲେ ଯେକି ତାଙ୍କର ଦ୍ୱିତୀୟ ପତ୍ନୀ । ଏବେ ରାଧିକାଙ୍କ ବୟସ ମାତ୍ର 32 ବର୍ଷ । ହେଲେ 1959 ମସିହା ଡିସେମ୍ବର ମାସରେ କୁମାର ସ୍ବାମୀ ଜନ୍ମ ଗ୍ରହଣ କରିଥିଲେ । ଏବେ କୁମାର ସ୍ବାମୀଙ୍କ ବୟସ 59 ବର୍ଷ । ପ୍ରଥମ ପତ୍ନୀ ରାଧିକାଙ୍କ ଠାରୁ କୁମାର ସ୍ବୀମୀ 27 ବର୍ଷରେ ବଡ଼ । ଏବେ ଏହାକୁ ନେଇ ଚର୍ଚ୍ଚା ଚାଲୁଅଛି ।


ସେୟାର କରନ୍ତୁ