ଐଶ୍ବର୍ଯ୍ୟାଙ୍କ ଏହି ଜିଦ୍ ଅଭିଷେକ ପୂରଣ କରିପାରୁନାହାନ୍ତି

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଉଡ୍ ବ୍ୟୁଟି କୁଇନ୍ ଐଶ୍ବର୍ଯ୍ୟା ରାୟ ବଚ୍ଚନ ସଦାସର୍ବଦା ପରଦାରେ ଥାନ୍ତୁ ଅବା ନଥାନ୍ତୁ ଚର୍ଚ୍ଚାରେ ରହିଥାନ୍ତି । ସେ ତାଙ୍କର ଅଭିନୟ ଯାଦୁରେ ଏମିତି ବାନ୍ଧି ରଖିଥିଲେ ଯେ ବର୍ତ୍ତମାନ ବି ତାଙ୍କର ସେ ଯାଦୁ ସର୍ବଦା ଦର୍ଶକଙ୍କ ମଧ୍ୟରେ ଦେଖିବାକୁ ମିଳୁଛି ।

ବଲିଉଡ ତଥା ହଲିଉଡରେ ଐଶ୍ବର୍ଯ୍ୟାଙ୍କ ଫ୍ୟାନ୍ସ ମାନେ ମଧ୍ୟ ଅଛନ୍ତି । ସମଗ୍ର ବିଶ୍ବ ତାଙ୍କୁ ନୀଳନୟନା ଭାବେ ଜାଣନ୍ତି। ଐଶ୍ବର୍ଯ୍ୟାଙ୍କୁ ଏବେ 45 ବର୍ଷ । ହେଲେ ଆଜି ମଧ୍ୟ ସେ କାହାଠୁ କୌଣସି ଗୁଣରେ କମ ନୁହନ୍ତି ।

ଅଭିଷେକ ବଚ୍ଚନ ଓ ଐଶ୍ବର୍ଯ୍ୟାଙ୍କ ବିବାହକୁ 13ବର୍ଷ ପୂରଣ ହୋଇସାରିଛି । ଅଭି ଓ ଐଶଙ୍କ ବିବାହ 2007 ମସିହା ଏପ୍ରିଲ ମାସ 20ତାରିଖରେ ବଚ୍ଚନ ପରିବାର ବଙ୍ଗଳା ପ୍ରତୀକ୍ଷାରେ ହୋଇଥିଲା । ସେମାନଙ୍କର ଝିଅ ଆରାଧ୍ୟାକୁ ଏବେ ମାତ୍ର 8 ବର୍ଷ । ସୂଚନାଯୋଗ୍ୟ ଯେ, ଏହି ଦମ୍ପତ୍ତି 2015 ମସିହାରେ ଏକ ଆପାର୍ଟମେଣ୍ଟ କିଣିଥିଲେ।

ହେଲେ ଏଯାଏଁ ସେମାନେ ସେଠାକୁ ସିଫ୍ଟ ହୋଇ ଯାଇପାରିନାହାନ୍ତି। ଏବେ ଜୁହୁ ସ୍ଥିତ ଜଲସା ବଙ୍ଗଳାରେ ଉଭୟ ରହୁଛନ୍ତି । ତେବେ ଖବର ମୁତାବକ, ଉଭୟ ନେଇଥିବା ନୂଆ ଘରକୁ ଐଶ୍ବର୍ଯ୍ୟା ସିଫ୍ଟ ହେବାକୁ ଚାହାନ୍ତି । ଏନେଇ ସେ ଅଭିଷେକଙ୍କ ପାଖରେ ବରାବର ଜିଦ୍ କରିଆସୁଛନ୍ତି । ହେଲେ ମାଆ ବାପାଙ୍କ ସହ ଅଭିଷେକ ରହିବାକୁ ଚାହାନ୍ତି।

କିଛି ଦିନ ପୂର୍ବରୁ ଏହି ଦମ୍ପତ୍ତି ଅଲଗା ସିଫ୍ଟ ହେବା ପାଇଁ ମୁମ୍ବାଇ ବାନ୍ଦ୍ରାରେ ଏକ ଆପାର୍ଟମେଣ୍ଟ କିଣିଥିଲେ । ଏହି ନୂଆ ଫ୍ଲାଟର ଦାମ 21 କୋଟି ଟଙ୍କାରୁ ମଧ୍ୟ ଅଧିକ ହେବ ।

ଯଦି ଏହି ନୂଆଁ ଘରକୁ ଗୃହ ପ୍ରବେଶ କରନ୍ତି ତେବେ ଅଭିଷେକ ଓ ଐଶ୍ବର୍ଯ୍ୟାଙ୍କ ପଡୋଶୀ ସନୋମ କପୁର ହେବେ । ସୋନମ୍ ମଧ୍ୟ ଏହି ବିଲଡିଂରେ ଏକ ଫ୍ଲାଟ କିଣିଛନ୍ତି,ଯାହାର ଦାମ 35 କୋଟିରୁ ଅଧିକ ହେବ ।


ସେୟାର କରନ୍ତୁ