ଦାଦା ସାହେବ ଫାଲ୍କେ ପୁରସ୍କାର ପାଇବେ ଅମିତାଭ ବଚ୍ଚନ

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ଦାଦା ସାହେବ ଫାଲ୍କେ ପୁରସ୍କାର ପାଇବେ ବଲିଉଡ୍ର ମେଗାଷ୍ଟାର ଅମିତାଭ ବଚ୍ଚନ । ଲୋକପ୍ରିୟ ଅଭିନେତା ଅମିତାଭ ବଚ୍ଚନ ପ୍ରଖ୍ୟାତ କବି ହରିବଂଶ ରାୟ ବଚନଙ୍କ ସୁପୁତ୍ର ଅଟନ୍ତି । ତାଙ୍କର ଜନ୍ମ 1942 ଅକ୍ଟୋବର 11ତାରିଖରେ । ଭାରତ ସରକାର ତାଙ୍କୁ 1984ରେ ପଦ୍ମଶ୍ରୀ, 2001ରେ ପଦ୍ମଭୂଷଣ ଏବଂ 2015ରେ ପଦ୍ମବିଭୂଷଣ ସମ୍ମାନ ପ୍ରଦାନ କରିଛନ୍ତି। ବଚ୍ଚନଙ୍କୁ ବଲିଉଡ଼୍ର ‘ଆଙ୍ଗ୍ରି ୟଙ୍ଗମ୍ୟାନ୍’ ବୋଲି କୁହାଯାଇଥାଏ।ତାଙ୍କର ସର୍ବାଧିକ ଲୋକପ୍ରିୟ ଟେଲିଭିଜନ ପ୍ରୋଗ୍ରାମ୍ ‘କୌନ୍ ବନେଗା କରୋଡ଼ପତି’ ।
ଚଳିତ ବର୍ଷ ମର୍ଯ୍ୟଦାଜନକ ଦାଦା ସାହେବ ଫାଲ୍କେ ପୁରସ୍କାର ପାଇଁ ମନୋନୀତ ହୋଇଥିବା କଥା ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡ଼େକର। କିମ୍ବଦନ୍ତୀ କଳାକାର ଅମିତାଭ୍ ବଚ୍ଚନ ଯିଏକି ଦୁଇ ପିଢ଼ି ଧରି ଦର୍ଶକମାନଙ୍କୁ ଭରପୂର ମନୋରଞ୍ଜନ ଦେଇଛନ୍ତି, ତାଙ୍କୁ ଚଳିତବର୍ଷ ଦାଦା ସାହେବ ଫାଲ୍କେ ପୁରସ୍କାର ମିଳୁଥିବାରୁ ସମଗ୍ର ଦେଶ ଓ ଅନ୍ତର୍ଜାତୀୟ ଗୋଷ୍ଠୀ ଖୁସି ଅଛନ୍ତି ବୋଲି ଟ୍ବିଟ୍ରେ ଉଲ୍ଲେଖ କରିଛନ୍ତି।


ସେୟାର କରନ୍ତୁ