ଚନ୍ଦନର ମୃତ୍ୟୁ ପରେ ଅନ୍ୟ ହାତୀଙ୍କୁ ନନ୍ଦନକାନନରୁ ସ୍ଥାନାନ୍ତରିତ କରାଯିବ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପୁରୁଷ ହାତୀ ‘ଚନ୍ଦନ’ର ମୃତ୍ୟୁ ଘଟିଛି । ମୃତ ହାତୀର ବୟସ ପ୍ରାୟ 10 ବର୍ଷ। ଗତକାଲି ଭୋର 3ଟା 40ରେ ଚନ୍ଦନର ମୃତ୍ୟୁ ହୋଇଛି।ଚନ୍ଦନ ହରପିସ୍ ଭୂତାଣୁ ଯୋଗୁଁ ମୃତ୍ୟୁ ବରଣ କରିଥିବା ସ୍ପଷ୍ଟ ହୋଇଛି । ହରପିସ୍ ଭୂତାଣୁ ସଂକ୍ରମଣ ଫଳରେ ଏସୀୟ ହାତୀମାନଙ୍କୁ ଆକ୍ୟୁଟ୍ ହେମରଜିକ୍ ରୋଗ ହୋଇଥାଏ ବୋଲି ଜଣାପଡ଼ିଛି।
ଗତ ୧୩ ତାରିଖରେ ହାତୀଟି ହଠାତ୍ ଅସୁସ୍ଥ ହୋଇପଡ଼ିଥିଲା । ସେ ହରପିସ୍ ଭୂତାଣୁ ସଂକ୍ରମଣର ଶିକାର ହୋଇଥିବା ସନ୍ଦେହ କରାଯାଉଥିବାବେଳେ ପୋଷ୍ଟମଟର୍ମ ରିପୋର୍ଟରେ ତାହା ସ୍ପଷ୍ଟ ହୋଇଛି । ନନ୍ଦନକାନନରେ ମୃତ ହାତୀ ରହୁଥିବା ସ୍ଥାନରୁ ବାକି 6 ହାତୀ ମାନଙ୍କୁ ସ୍ଥାନାନ୍ତରିତ କରାଯିବାକୁ ଯୋଜନା କରାଯାଉଛି । ସେମାନଙ୍କ ଉପରେ ନଜର ରଖାଯାଇଛି ବୋଲି ସୂଚନା ମିଳିଛି ।


ସେୟାର କରନ୍ତୁ