ଅଧାରେ ରହିଲା ଡାକ୍ତରୀ ସ୍ୱପ୍ନ….ନଦୀରେ ବୁଡ଼ି ଛାତ୍ର ମୃତ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ଚାହୁଁଥିଲେ ଡାକ୍ତରୀ ପଢ଼ିବା ପାଇଁ । ହେଲେ ସବୁ ସ୍ୱପ୍ନ ଆଜି ଅଧାରେ ରହିଗଲା । ସାଙ୍ଗକୁ ବଞ୍ଚାଇବାକୁ ଯାଇ ଜଣେ ଛାତ୍ର ନଦୀରେ ବୁଡି ଜୀବନ ହାରିଛନ୍ତି । ଏଭଳି ଦୁଃଖଦାୟକ ଘଟଣା ଘଟଛି ବାଲିଅନ୍ତା ସ୍ଥିତ କୁଆଖାଇ ନଦୀରେ । ମୃତ ଛାତ୍ର ଜଣଙ୍କ ହେଲେ ଆମଲାନ ତ୍ରିପାଠୀ, ବୟସ ପାଖାପାଖି ୧୮ବର୍ଷ ।

ମୃତ ଆମଲାନ ଯୁକ୍ତ ଦୁଇ ସାରି ମେଡିକାଲ ପରିକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ । ଭାଗ୍ୟ ଆଉ ସାଥ ଦେଇନଥିବାରୁ ତାଙ୍କ ସ୍ୱପ୍ନ ପୁରଣ ହୋଇପାରି ନାହିଁ । ଖବର ପାଇ ଅଗ୍ନିଶନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ । ଦୁଇ ଘଣ୍ଟାର ପରିଶ୍ରମ ପରେ କର୍ମଚାରୀମାନେ ଆମଲାନର ଶରୀରକୁ ପାଣୀ ଭିତରୁ ଉଦ୍ଧାର କରିଥିଲେ ।

ଅପରାହ୍ନ ପ୍ରାୟ ୧୨.୪୦ ହେବ । ଆମଲାନ ତାଙ୍କର ଦୁଇ ସାଙ୍ଗଙ୍କ ସହ ଆଜି କୁଆଖାଇ ନଦୀକୁ ଗାଧୋଇବାକୁ ଯାଇଥିଲେ । ତୁଠରୁ ଅଳ୍ପ ଦୂରକୁ ଯାଇ ଗାଧୋଉଥିବା ବେଳେ ତାଙ୍କର ଜଣେ ସାଙ୍ଗର ଗୋଡ ଖସିଜିବା ଫଳରେ ସେ ଗଭୀର ପାଣିକୁ ଚାଲିଯାଇଥିଲେ । ସାଙ୍ଗକୁ ବଞ୍ଚାଇବାରେ ସଫଳ ହୋଇଥିଲେ ଆମଲାନ ହେଲେ ତାଙ୍କର ରାହା ନପାଇବାରୁ ସେ ବୁଡି ଯାଇଥିଲେ । ତାକୁ ବଞ୍ଚେଇବା ପାଇଁ ନଦୀ ପଠାରେ ବସିଥିବା କିଛି ସ୍ଥାନୀୟ ଲୋକଙ୍କୁ ସାଙ୍ଗମାନେ ଡାକିଥିଲେ ହେଲେ ସେମାନେ କେହି ଏଥିପ୍ରତି ଧ୍ୟାନ ଦେଇନଥିଲେ । ପରେ ସେମାନେ ଅଗ୍ନିଶମ ବିଭାଗକୁ ଯୋଗାଯୋଗ କରିଥିଲେ ।


ସେୟାର କରନ୍ତୁ