କଂଗ୍ରେସ ପ୍ରଶାନ୍ତ କିଶୋରଙ୍କ ଠାରେ ପାଇଲା ବିଜେପିର କାଟ୍, ସୋନିଆ ଗାନ୍ଧୀଙ୍କ ଦଳକୁ ବାର୍ତ୍ତା – ଖୁବ ଶୀଘ୍ର ପ୍ରଶାନ୍ତ ଦଳରେ ହେବେ ସାମିଲ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ : କଂଗ୍ରେସରେ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ଭୂମିକା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ଏବଂ ବର୍ତ୍ତମାନ ସ୍ପଷ୍ଟ ହୋଇଛି ଯେ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ କଂଗ୍ରେସ ପ୍ରଶାନ୍ତ କିଶୋରଙ୍କ ଠାରେ ବିଜେପିର କାଟ୍ ପାଇଛି । ସୂତ୍ର ମୁତାବକ, ବୁଧବାର ଦିନ ଦଳର ନେତାଙ୍କ ସହ ଏକ ବୈଠକରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ସମସ୍ତଙ୍କୁ କହିଛନ୍ତି ଯେ ପ୍ରଶାନ୍ତ କିଶୋର ଖୁବ୍ ଶୀଘ୍ର କଂଗ୍ରେସରେ ଯୋଗଦେବେ ଏବଂ 2024 ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବେ ।

ବୁଧବାର ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ମଧ୍ୟ ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ କରିଥିଲେ । ବୈଠକରେ ସୋନିଆ ଗାନ୍ଧୀ ଏହି ଦୁଇ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ଦେଇଛନ୍ତି ଯେ, ପ୍ରଶାନ୍ତ କିଶୋର ପାର୍ଟିରେ ସାମିଲ୍ ହେଉଛନ୍ତି । ସମ୍ଭବତଃ ପ୍ରଶାନ୍ତ କିଶୋରଙ୍କୁ ବିଧାନସଭା ନିର୍ବାଚନର ରଣନୀତି ପ୍ରସ୍ତୁତ କରିବାର ଦାୟିତ୍ଵ ଦିଆଯାଇପାରେ । ବୋଧହୁଏ ଏଥିପାଇଁ ଦୁଇ ମୁଖ୍ୟମନ୍ତ୍ରୀଙ୍କୁ ସୋନିଆ ଗାନ୍ଧୀ ଡକାଇଥିଲେ । ବୈଠକ ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଥିଲେ,ପ୍ରଶାନ୍ତ କିଶୋରଙ୍କ ପରି ରଣନୀତିକାରଙ୍କ ଅନୁଭବର ଫାଇଦା କଂଗ୍ରେସକୁ ମିଳିବ ।

ପ୍ରଶାନ୍ତ କିଶୋର ନିଜ ଉପସ୍ଥାପନାରେ ସାରା ଦେଶରେ 370 ରୁ 400 ଲୋକସଭା ଆସନ ଉପରେ ଧ୍ୟାନ ଦେବା, ବିହାର-ୟୁପି ଏବଂ ଓଡିଶାରେ ନିଜେ ନିର୍ବାଚନ ଲଢ଼ିବା ଏବଂ ତାମିଲନାଡୁ ଏବଂ ମହାରାଷ୍ଟ୍ରରେ ଗଠବନ୍ଧନ କରିବାକୁ ପରାମର୍ଶ ଦେଇଛନ୍ତି ।

ସୂଚନା ଅନୁଯାୟୀ, ପ୍ରଶାନ୍ତ କିଶୋରଙ୍କୁ ପାର୍ଟିର ସାଧାରଣ ସଂପାଦକ ଦାୟିତ୍ଵ ଦିଆଯାଇପାରେ । ସେ ରଣନୀତି ପ୍ରସ୍ତୁତ ଉପରେ କାମ କରିବେ । ସୋନିଆ ଗାନ୍ଧୀଙ୍କ ରାଜନୈତିକ ସଚିବ ରହିଥିବା ଅହମ୍ମଦ ପଟେଲ ଏବଂ ମୋତିଲାଲ ବୋରା ରଣନୀତି ବିଷୟରେ ବେଶ୍ ବୁଝୁଥିଲେ । ଦୁଇ ନେତାଙ୍କ ଅନୁପସ୍ଥିତିରେ କଂଗ୍ରେସ ପ୍ରଶାନ୍ତ କିଶୋରଙ୍କ ସାହାରାରେ ଆଗକୁ ବଢିପାରେ । ପ୍ରଶାନ୍ତ ବିଧାନସଭା ଏବଂ ଲୋକସଭା ନିର୍ବାଚନର ରଣନୀତି ଉପରେ କାମ କରିବେ ।


ସେୟାର କରନ୍ତୁ