ବ୍ଲକ ସ୍ତରୀୟ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ମୁକ୍ତାପସି ଅଞ୍ଚଳ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅନୁକୁଲ୍ୟରେ ବ୍ଲକ ସ୍ତରୀୟ କୁଇଜ ପ୍ରତିଯୋଗିତା ମଙ୍ଗଳ ବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ BEO ପ୍ରିୟଦର୍ଶିନୀ ନାୟକ ଅଧକ୍ଷତା କରିଥିବାବେଳେ ଛାତ୍ରଛାତ୍ରୀମାନେ କିପରି ଆଗକୁ ପାଠ ପଢ଼ାରେ ଭଲ ଉର୍ନତି କରିପାରିବା ସହ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନର କୁଇଜ ପ୍ରତିଯୋଗିତାର ଲକ୍ଷ ବିଷୟରେ ଆଲୋକପାତ କରିଥିଲେ ।

ଏଥିରେ ବ୍ଲକର 165 ସ୍କୁଲ ଯଥା-ପ୍ରାଇମେରି, ଅପର ପ୍ରାଇମେରି, ହାଇସ୍କୁଲର ମୋଟ 300 ଜଣ ଛାତ୍ରଛାତ୍ରୀ କୁଇଜ ପ୍ରତିଯୋଗିତାରେ ଭାଗ ନେଇଥିବା ଦେଖିବାକୁ ମିଳିଥିଲା । ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ABEO ସତ୍ୟବ୍ରତ ସାହୁ, ABEO ସଂଯୁକ୍ତା ସାମଲ, ABEO ତରଣୀ କୁମାର ସିଂ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଆରତୀ ମିଶ୍ର, CRCC ସରୋଜ କୁମାର ସାହୁଙ୍କ ସମେତ ଅନ୍ୟ ସମସ୍ତ CRCC ଓ ବ୍ଲକର ସମସ୍ତ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ସହଯୋଗ ରହିଥିବା ଦେଖିବାକୁ ମିଳିଥିଲା । ପୁରସ୍କାର ବିତରଣ ସମୟରେ CRCC ଦୁଷ୍ମନ୍ତ କୁମାର ସାହୁ ମଞ୍ଚ ସଞ୍ଚାଳନ କରୁଥିବା ଦେଖିବାକୁ ମିଳିଥିଲା ।


ସେୟାର କରନ୍ତୁ