କାମାକ୍ଷାନଗରରୁ ଶତ୍ରୁଘନ ଜେନା ଓ ପରଜଙ୍ଗରୁ ବିଭୂତି ପ୍ରଧାନ ବିଧାୟକ ପ୍ରାର୍ଥୀ ଭାବରେ ଦାଖଲ କଲେ ନାମାଙ୍କନ ପତ୍ର, ଯୋଗଦେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ରାଜନୀତି
ସେୟାର କରନ୍ତୁ

ପରଜଙ୍ଗ : ଢେଙ୍କାନାଳ ଲୋକସଭା କ୍ଷେତ୍ରର କାମାକ୍ଷାନଗର ପ୍ରାର୍ଥୀ ଶତ୍ରୁଘନ ଜେନା ଓ ପରଜଙ୍ଗ ପ୍ରାର୍ଥୀ ବିଭୁତି ପ୍ରଧାନ ଭାଜପାର ବିଧାୟକ ପ୍ରାର୍ଥୀ ଭାବରେ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି l ଏହି ଶୋଭାଯାତ୍ରାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା l

ଏହି ଅବସରରେ ପ୍ରାର୍ଥୀ ଦ୍ବୟ ନିଜର ହଜାର ହଜାର ସମର୍ଥକଙ୍କ ସହିତ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ନାମାଙ୍କନ ପତ୍ର ଦାଖଲ ଅବସରରେ ଶୋଭାଯାତ୍ରାଟି ବେଶ୍ ଆକର୍ଷଣୀୟ ହୋଇଥିଲା । ଏଥିରେ ଡିଜେ, ପାରମ୍ପରିକ ବାଦ୍ୟ ସାମିଲ ହୋଇଥିଲା ।

କାମାକ୍ଷାନଗର 57 ନମ୍ବର ବିଧାନସଭା କ୍ଷେତ୍ର ପାଇଁ ଶତ୍ରୁଘନ ଜେନା ନିଜର ପ୍ରାର୍ଥୀ ପତ୍ର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କୁ ପ୍ରଦାନ କରିଥିବା ବେଳେ ପରଜଙ୍ଗ 58 ନମ୍ବର ବିଧାନସଭା କ୍ଷେତ୍ରର ପ୍ରାର୍ଥୀ ବିଭୁତି ପ୍ରଧାନ ତାଙ୍କର ପ୍ରାର୍ଥୀ ପତ୍ର ଢେଙ୍କାନାଳର ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ନିଙ୍ଗ ଅଫିସର ଅନିତା ପାତ୍ରଙ୍କୁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି l 

ଏହି ପରିପେକ୍ଷୀରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ବକ୍ତବ୍ୟରେ କହିଲେ ଓଡିଶାରେ ପଦ୍ମ ଫୁଟିବ, ଓଡିଶା ବାସୀ ଚାଁହୁଛନ୍ତି ପରିବର୍ତନ ଢେଙ୍କାନାଳ ଜିଲ୍ଲାରେ ପରିବର୍ତନର ସୁଅ ଛୁଟୁଛି ଓ ପଦ୍ମ ଫୁଟିବ ବୋଲି ଦୃଢ଼ ଭାବରେ ପ୍ରକାଶ କରିଛନ୍ତି l ଏହି ନାମାଙ୍କନ ପତ୍ର ଦାଖଲ ସମୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମା ମଧ୍ୟ ଯୋଗ ଦେବା ସହିତ ଜିଲ୍ଲା ସଭାପତି ନରେଶ ମହାପାତ୍ରଙ୍କ ସହିତ ଜିଲ୍ଲାର ବରିଷ୍ଠ ସଂଗଠକ, କର୍ମୀ ଓ ବିଭିନ୍ନ ସଂଗଠନର ମୁଖ୍ୟ କର୍ମକର୍ତା ମାନେ ଉପସ୍ଥିତ ଥିଲେ l


ସେୟାର କରନ୍ତୁ