ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ଜାରି

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମପ୍ରବାହ । ପଶ୍ଚିମ ଓଡ଼ିଶାରେ ତାତି ଅସହ୍ୟ ହୋଇଛି । କିନ୍ତୁ ଉପକୂଳ ଓଡ଼ିଶାରେ ତାତି ହ୍ରାସ ପାଇଛି । 45ଡ଼ିଗ୍ରି ସହ ବଲାଙ୍ଗୀର ରାଜ୍ୟର ଉତ୍ତପ୍ତ ସହର ହୋଇଛି । ରାଜ୍ୟର 29ସହରରେ ଆଜି 40ଡ଼ିଗ୍ରି କିମ୍ବା ଅଧିକ ଦିନ ତାପମାତ୍ରା ରେକର୍ଡ ହୋଇଛି । ଭୁବନେଶ୍ବର ଓ କଟକରେ ମଧ୍ୟ ତାପମାତ୍ରା ହ୍ରାସ ପାଇଛି। ରାଜ୍ୟରେ ଅନେକ ସ୍ଥାନରେ ଦିନ ତାପମାତ୍ରାରେ 3 ରୁ 4 ଡ଼ିଗ୍ରି ଯାଏଁ ହ୍ରାସ ଘଟିବ ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଆଗାମୀ 2ଦିନ ପରେ ଉପକୂଳରେ ହିଟ-ୱେବରେ ବ୍ରେକ ଲାଗିପାରେ। ଆସନ୍ତା 6 ତାରିଖ ପରେ ରାଜ୍ୟରୁ ଗ୍ରୀଷ୍ମ ପ୍ରବାହରେ ବ୍ରେକ ଲାଗିବା ସମ୍ଭାବନା ରହିଛି ।


ସେୟାର କରନ୍ତୁ