ଜଟିଆ BBCC କ୍ରିକେଟ 28 ତମ ଉଦଯାପନୀ ମ୍ୟାଚରେ କୁଲେଇ ବିଜୟୀ

ଖେଳ
ସେୟାର କରନ୍ତୁ

ପରଜଙ୍ଗ : ଜଟିଆ ପିତାବଳି ଷ୍ଟାଡିୟମ୍ ଠାରେ BBCC ଚାଲିଥିବା ଟୁର୍ଣ୍ଣାମେଣ୍ଟର 28ତମ ଉଦଯାପନୀ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଉଦଯାପନୀ ମ୍ୟାଚ୍ଟି କୁଲେଇ ଓ ଖାଲପାଳ କ୍ରିକେଟ କ୍ଲବ୍ ମଧ୍ୟରେ 3ଟି ହୋଇଥିଲା । ପ୍ରଥମ ମ୍ୟାଚ୍ କୁଲେଇ ଟସରେ ବିଜୟ ଲାଭ କରି ପ୍ରଥମେ ବ୍ୟାଟିଂଙ୍ଗି କରି 10 ଓଭର ସମସ୍ତ ୱିକେଟ ହରାଇ 51 ରନ ସଂଗ୍ରହ କରିଥିଲା । ଏହାର ଜବାବରେ ଖାଲପାଳ 6 ଓଭର 1 ୱିକେଟ ହରାଇ 54 ରନ ସଂଗ୍ରହ କରି ବିଜୟ ଲାଭ କରିଥିଲା ।

2ୟ ମ୍ୟାଚରେ ପ୍ରଥମେ ଖାଲପାଳ ବ୍ୟାଟିଂ କରି 8 ଓଭରରେ 8ୱିକେଟ ହରାଇ 74 ରନ ସଂଗ୍ରହ କରିଥିଲା । ଏହାର ଜବାବରେ କୁଲେଇ 5 ଓଭରରେ 2ଟି ୱିକେଟ ହରାଇ 75 ରନ ସଂଗ୍ରହ କରି ବିଜୟ ଲାଭ କରିଥିଲା।

3ୟ ମ୍ୟାଚ୍ କୁଲେଇ ପ୍ରଥମେ ବ୍ୟାଟିଂ କରି 8 ଓଭରରେ 8 ୱିକେଟ ହରାଇ 103 ରନ ସଂଗ୍ରହ କରିଥିଲା । ଏହାର ଜବାବରେ ଖାଲପାଳ 7 ଓଭରରେ ସମସ୍ତ ୱିକେଟ ହରାଇ 53 ରନ ସଂଗ୍ରହ କରି ପରାଜୟ ବରଣ କରିଥିଲା ।

ଆଜିର ଫାଇନାଲ ମ୍ୟାଚରେ କୁଲେଇ ଟିମ୍ 3 ଗୋଟି ମ୍ୟାଚରୁ 2 ଗୋଟି ମ୍ୟାଚରେ ବିଜୟ ଲାଭ କରି ୱିନର ହୋଇଥିଲା । ଏହି ମ୍ୟାଚ୍ରେ କୁଲେଇର ଶିପୁ ‘ମ୍ୟାନ ଅଫ ଦ ମ୍ୟାଚ୍’, ମ୍ୟାନ ଅଫ ଦ ସିରିଜ୍ କୁଲେଇର ପ୍ରଶାନ୍ତ, ବେଷ୍ଟ ବ୍ୟାଟସ ମ୍ୟାନ ଖାଲପାଳ ଅନିଲ, ବେଷ୍ଟ ବୋଲର କୁଲେଇ ଜୁବି, ବେଷ୍ଟ ଫିଲ୍ଡର ଖାଲପାଳ ଓମ ହୋଇଥିଲେ ।

ଆଜିର ଉଦଯାପନୀ ମ୍ୟାଚରେରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ରାଜ୍ୟ ଖାଦ୍ୟ ଆୟୋଗ ସଦସ୍ୟ ଅକ୍ଷୟ କୁମାର ବେହେରା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ସଦସ୍ୟ ନିରାକାର ପ୍ରଧାନ, ଜିଲ୍ଲାପରିଷଦ ସଦସ୍ୟା ରୁନୁ ବର୍ମା, ସରପଞ୍ଚ କୃଷ୍ଣ ଚନ୍ଦ୍ର ମହାନ୍ତି, ସମିତି ସଭ୍ୟ ବାସୁଦେବ ଦାସ, ପ୍ରେମାନନ୍ଦ ସାହୁ ଜିଲ୍ଲା ସମ୍ପାଦକ ବିଜୁ ଯୁବ ଜନତା ଦଳ, ସମାଜ ସେବୀ ରବିନାରାୟଣ ସାହୁ, ଶ୍ରମିକନେତା ଦିଲ୍ଲୀପ ବର୍ମା, 11 ୱାର୍ଡ ମେମ୍ବର ଅଞ୍ଜଳି ଦେହୁରୀ ଯୋଗ ଦେଇ ଉଭୟ ଟିମ୍ଙ୍କୁ ଟ୍ରଫି ପ୍ରଦାନ କରିଥିଲେ ।


ସେୟାର କରନ୍ତୁ