ମୁକ୍ତାପସି କ୍ରିକେଟ ଟୁର୍ଣ୍ଣାମେଣ୍ଟ ‘MCC ଚ୍ୟାଲେଞ୍ଜ ଟ୍ରଫି’ ଉଦଘାଟିତ

ଖେଳ
ସେୟାର କରନ୍ତୁ

ପରଜଙ୍ଗ : ଆଜି ଗୁରବାର ମୁକ୍ତାପସି କ୍ରିକେଟ କ୍ଲବ ଦ୍ୱାରା ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ‘MCC ଚ୍ୟାଲେଞ୍ଜ ଟ୍ରଫି’ ଉଦଘାଟିତ ହୋଇଯାଇଛି । ଏହାର ପ୍ରାରମ୍ଭିକ ମ୍ୟାଚରେ ବରିହାପୁର ଏବଂ ବାଉଁଶପାଳ ମଧ୍ୟରେ ସମ୍ନାସାମ୍ନି ହୋଇଥିଲା । ବାଉଁଶପାଳ କ୍ୟାପଟେନ ଟଚ ଜିତି ପ୍ରଥମେ ବ୍ୟାଟିଂର ନିଷ୍ପତି ନେଇ 11.5 ଓଭରରେ ସମସ୍ତ ୱେକେଟ ହରାଇ 69 ରନ ସଂଗ୍ରହ କରିଥିଲା । ଏହି ଟିମ ବିପକ୍ଷରେ ଖେଳୁଥିବା ବରିହାପୁର ଟିମ ଏହାର ପିଛାକରି 7.03 ଓଭରରେ ମାତ୍ର 4 ୱେକେଟ ହରାଇ 70 ରନ କରି ବିଜୟଲାଭ କରିଥିଲା ।

ସେଇଭଳି ଅପରାହ୍ନ ଦ୍ୱିତୀୟ ମ୍ୟାଚରେ Mcc ମୁକ୍ତାପସି ଏବଂ Pcc ପଦ୍ମପୋଖରୀ ମଧ୍ୟରେ ଭେଟାଭେଟି ହୋଇଥିଲା । ମୁକ୍ତାପସି ଟିମ ଟଚ ଜିତି ପ୍ରଥମେ ବ୍ୟାଟିଂର ନିଷ୍ପତି ନେଇ ନିର୍ଦ୍ଧାରିତ 10 ଓଭରରେ 7 ୱେକେଟ ହରାଇ 117 ରନ ସଂଗ୍ରହ କରିଥିଲା । ଏହାର ଜବାବରେ ପଦ୍ମପୋଖରୀ ଟିମ 5 ଓଭର 3ଟି ବଲରେ ସମସ୍ତ ୱେକେଟ ହରାଇ ମାତ୍ର 15 ରନ ସଂଗ୍ରହ କରି ହାରିଯାଇଥିଲା ।

ତେବେ ପ୍ରାରମ୍ଭିକ ମ୍ୟାଚରେ ବାରିହାପୁର ଟିମର ମନୋଜ 5 ୱେକେଟ ଏବଂ 25 ରନ କରି ମ୍ୟାନ ଅଫ ଦ ମ୍ୟାଚ ପାଇଥିଲାବେଳେ ଦ୍ୱିତୀୟ ମ୍ୟାଚରେ ମୁକ୍ତାପସି ଟିମର ଲିପୁନ ବିଶ୍ୱାଳ 5 ୱେକେଟ ଏବଂ 11ଟି ବଲ୍ରୁ 27 ରନ କରି ମ୍ୟାନ ଅଫ ଦ ମ୍ୟାଚ ପାଇଥିଲେ ।

ସୂଚନା ମୁତାବକ, ଏଥିରେ ମୁଖ୍ୟ ଅତିଥି ଭାବରେ ମୁକ୍ତାପସି ପଞ୍ଚାୟତର ସରପଞ୍ଚ ସସ୍ମିତା ସାହୁ ଯୋଗ ଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲାବେଳେ ସମ୍ମାନିତ ଅତିଥି ଭାବରେ ମୁକ୍ତାପସି ପଞ୍ଚାୟତର ସମିତିସଭ୍ୟ ବାବୁଲା ବିଶ୍ୱାଳ ଏବଂ ଅନ୍ୟତମ ଅତିଥି ଭାବରେ ୱାର୍ଡମେମ୍ବର ସୀତା ବିଶ୍ୱାଳ ଯୋଗ ଦେଇଥିଲେ ।

ସୂଚନା ଥାଉକି, ଖେଳ ପରିଚାଳନା ଦାୟିତ୍ୱ ସୁଜିତ କୁମାର ସାହୁ ଏବଂ ନାନକ କୁମାର ସାହୁ ସମ୍ଭଳିଥିଲାବେଳେ ବାପୁନ କୁମାର ବିଶ୍ୱାଳ, ପପୁନ ସାହୁ,ଭିକି ସ୍କୁରର କାମ ଓ ରିଙ୍କୁ ସାହୁ କମେଣ୍ଟ୍ରି ସମ୍ଭାଳି ଥିଲେ ।


ସେୟାର କରନ୍ତୁ