ରାଜ୍ୟର 14 ସହର 40 ଡିଗ୍ରୀ ଉପରେ ତାପମାତ୍ରା, ସମ୍ବଲପୁର ତାପମାତ୍ରା 43.3 ଡିଗ୍ରୀ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ବର: ସାରା ରାଜ୍ୟରେ ପ୍ରବଳ ଖରା । ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳିରେ ଲୋକେ ଛଟପଟ ହେଉଛନ୍ତି । ଏଥିସହ ପବନର ବେଗ ମନ୍ଥର ଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ତେବେ ଆଜି ଦେଖିବାକୁ ଗଲେ ଆଜି ରାଜ୍ୟର 14ଟି ସହରର ତାପମାତ୍ରା 40 ଡିଗ୍ରି ଉପରେ ରହିଛି । ସମ୍ବଲପୁରରେ ସର୍ବାଧିକ 43.3 ଡିଗ୍ରି ରେକର୍ଡ ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ହୀରାକୁଦରେ ତାପମାତ୍ରା 42.8 ଡିଗ୍ରି ରେକର୍ଡ କରାଯାଇଛି । ବୌଦ୍ଧରେ 42.6, ବଲାଙ୍ଗୀରରେ 42.4, ରାଉରକେଲା ଏବଂ ବରଗଡ଼ରେ 42, ସୋନପୁରରେ 41.9, ଟିଟିଲାଗଡ଼ରେ 41.5, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ରେ 41.4, ଚାନ୍ଦବାଲିରେ 41, ଭବାନୀପାଟଣାରେ 40.6, ବାରିପଦାରେ 40.4 ଓ ତାଳଚେରରେ 40 ଡିଗ୍ରି ‌ପାରା ଛୁଇଁଛି ।

ଆଗାମୀ 4ରୁ 5 ଦିନ ଯାଏଁ ପାଣିପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଶଙ୍କା କରାଯାଉଛି । ଯଦି କାଳବୈଶାଖୀ ବର୍ଷା ନହୁଏ, ତେବେ ତାପମାତ୍ରା 42 ଡିଗ୍ରି ପର୍ଯ୍ୟନ୍ତ ରହିପାରେ ।


ସେୟାର କରନ୍ତୁ